Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋଷ୍ଠି ଶିକ୍ଷା ବିଭାଗ ରେ ନୂତନ ନିଯୁକ୍ତି ସିଆରସିସି ଙ୍କ ଯୋଗଦାନ।

କଳାହାଣ୍ଡି,୦୩/୧୦
କଳାହାଣ୍ଡି ଜିଲ୍ଲା କୋକସରା ଗୋଷ୍ଠି ଶିକ୍ଷା ବିଭାଗ ର ୫ ଗୋଟି କ୍ଲଷ୍ଟର ରେ ନବ ନିଯୁକ୍ତ ସିଆରସିସି ମାନେ ବ୍ଲକ ଗୋଷ୍ଠି ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ରେ ଶନିବାର ଯୋଗଦାନ କରିଛନ୍ତି। ସମସ୍ତ ସିଆରସିସି ଙ୍କୁ ବିଇଓ ମହେଶ କୁମାର ଭାଟି,ବିଆରସିସି ତୋଫାନ ମାଝୀ, ଏବିଇଓ ସଞ୍ଜୀବ କୁମାର ପାଢୀ, ଶ୍ରୀମନ୍ତ ଧରୁଆ ଓ ନୋଡାଲ ସିଆରସିସି ବୈକୁଣ୍ଠ ଜାଲ ଓ ବିଭାଗୀୟ କର୍ମଚାରୀ ମାନେ ସ୍ୱାଗତ ଜଣାଇଥିଲେ। ନବ ନିଯୁକ୍ତ ସିଆରସିସି ଙ୍କ ମଧ୍ୟରେ କାଉଡୋଳା କ୍ଲଷ୍ଟର ରେ ମନୋରଞ୍ଜନ ମାଝୀ, ଟେମରା କ୍ଲଷ୍ଟର ରେ ପ୍ରଭାକର ସାହୁ, ଡାଲଗୁମା କ୍ଲଷ୍ଟର ରେ ହୃଷିକେଶ ନାଏକ, ଡ଼ହଗାଁ କ୍ଲଷ୍ଟର ରେ ରୂପେନ୍ଦ୍ର କୁମାର ପାଣିଗ୍ରାହୀ, କାଶିବାହଲ କ୍ଲଷ୍ଟର ରେ ଗୌରଚନ୍ଦ୍ର ଶବର ଯୋଗଦାନ କରିଛନ୍ତି।ସମସ୍ତ ସିଆରସିସି ନିଜ କ୍ଲଷ୍ଟର ରେ ଗୁଣାତ୍ମକ ଶିକ୍ଷା ର ବିକାଶ ସହ ନିଜ ଦକ୍ଷତା ସୁଚାରୁରୂପେ କାର୍ଯ୍ୟ ସମ୍ପାଦନ କରିବା ନେଇ ମତ ରଖିଥିଲେ। ସ୍ବଛ ଓ ନିରପେକ୍ଷ ଭାବରେ ସିଆରସିସି ଚୟନ ହୋଇଥିବାରୁ ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ ଙ୍କୁ ଗୋଷ୍ଠି ଶିକ୍ଷା ବିଭାଗ ପକ୍ଷରୁ ଧନ୍ୟବାଦ ଜ୍ଞାପନ କରାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ