Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆମପାଣି ଯୋନ ସ୍ତରୀୟ ଆଞ୍ଚଳିକ ଡମ୍ବ ସମାଜ ର ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ।

କଳାହାଣ୍ଡି,୦୫/୧୦
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ଯୋନ ର ୮ ପଞ୍ଚାୟତ କୁ ନେଇ ଗଠିତ ଆମପାଣି ଯୋନ ସ୍ତରୀୟ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ରବିବାର ଡୁଡୁକାଠେଙ୍ଗା ଗ୍ରାମ ପଂଚାୟତ ଧାନ ମଣ୍ଡି ପରିସର ରେ ଆଞ୍ଚଳିକ ଡମ୍ବ ସମାଜ ର କର୍ମକର୍ତ୍ତା ରଘୁନାଥ ଖମାରି ଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଆମପାଣି ଆଞ୍ଚଳିକ ଡମ୍ବ ସମାଜ ର ଯୋନ ସ୍ତରୀୟ ସଭାପତି ବନମାଳୀ ବାଗ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ଷ୍ଟେଟ ବ୍ୟାଙ୍କ ମ୍ୟାନେଜର ବୈଚନ୍ଦ୍ର ବେଶ୍ରା ଯୋଗଦେଇ ନୂଆଁଖାଇ ଗଣପର୍ବ ଆମ ସମାଜ ମଧ୍ୟରେ ରହିଥିବା ଭାଇଚାରା ଓ ନିବିଡ଼ ସମ୍ପର୍କ କୁ ଆହୁରି ନିକଟତର କରିଥାଏ ବୋଲି କହିଥିଲେ। ସ୍ୱତନ୍ତ୍ର ଅତିଥି ଭାବେ ଆଇନଜୀବୀ ପଞ୍ଚାନନ ବେଶ୍ରା,ସମାଜସେବି ମନୁ ଖମାରି, ସମ୍ମାନିତ ଅତିଥି ଭାବେ ଆମପାଣି ଯୋନ ଉପ ସଭାପତି ବାଲେଶ୍ଵର ବେଶ୍ରା,ସମ୍ପାଦକ କ୍ଷେତୁରାମ ପାତ୍ର, ସହ ସମ୍ପାଦକ ଯୁଗେଶ୍ୱର ବେଶ୍ରା, ଯୋନ ଅଧ୍ୟକ୍ଷ ଗଙ୍ଗାରାମ ନାଏକ, କୋଷାଧ୍ୟକ୍ଷ ନୀଳମଣି ଖମାରି,ଆମପାଣି ଗ୍ରାପ ସଭାପତି ଦୟାନିଧି ନାଏକ, ବରାଡୋଙ୍ଗା ଗ୍ରାପ ସଭାପତି ପିତାମ୍ବର ବିହାରୀ, କାଉଡୋଳା ଗ୍ରାପ ସଭାପତି ଲକ୍ଷ୍ମଣ ମଙ୍ଗରାଜ,ବଡ଼ ପୋଡ଼ାଗୁଡା ଗ୍ରାପ ସଭାପତି ଧର୍ମୁ ଦୁର୍ଗା, ମହିମା ଗ୍ରାପ ସଭାପତି ନକୁଳ ନାଏକ, ସାନ ପୋଡ଼ାଗୁଡା ଗ୍ରାପ ସଭାପତି ଧନୁର୍ଯ୍ୟ ନାଏକ ଓ ଗୋତମୁଣ୍ଡା ଗ୍ରାପ ସଭାପତି ନିରଞ୍ଜନ ବାଗ, କାଉଡୋଳା ସରପଞ୍ଚ ଦେବିସିଂ ତାଣ୍ଡି,ସମିତି ସଭ୍ୟା ବୈଦେହୀ ବେଶ୍ରା, ସମିତି ସଭ୍ୟା ଡୁଡୁକାଠେଙ୍ଗା ପାର୍ବତୀ ନାଗ,ସରପଞ୍ଚ ସାନ ପୋଡ଼ାଗୁଡା ଜୟରାମ ନାଗ ସମିତି ସଭ୍ୟ ରାଜୀବ ଖମାରି, ସମିତି ସଭ୍ୟ ବରାଡୋଙ୍ଗା ଗୁପ୍ତେଶ୍ଵର ବାଗ ପ୍ରମୁଖ ଯୋଗଦେଇ ଆଞ୍ଚଳିକ ଡମ୍ବ ସମାଜ ର ଏହି ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ପର୍ବ କୁ ସମାଜ ର ଏକତା ଓ ଅଖଣ୍ଡତା କୁ ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ।ମଞ୍ଚ ପରିଚାଳନା ଓ ସଂଯୋଜନାନରେ ଖଗେଶ୍ବର ପାଣିଗ୍ରାହୀ,ତୁଳସିରାମ ବାଗ ସହଯୋଗ କରିଥିଲେ।ପରେ ନୂଆଁଖାଇ ଭେଟଘାଟ ନେଇ ସମ୍ବଲପୁରୀ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।
ଆମପାଣି ଯୋନ ର ୮ ପଞ୍ଚାୟତ ଅନ୍ତର୍ଗତ ବିଭିନ୍ନ ଗ୍ରାମରୁ ଶତାଧିକ ଆଞ୍ଚଳିକ ଡମ୍ବ ସମାଜ ର କର୍ମକର୍ତ୍ତା ଓ ଜନ ସାଧାରଣ ଏହି ନୂଆଁଖାଇ ଭେଟଘାଟ ଉତ୍ସଵ ରେ ସାମିଲ ହୋଇଥିଲେ। ଡମ୍ବ ସମାଜ ର ଯୁବଗୋଷ୍ଠି ସତ୍ୟ ସୁନ୍ଦର ପାଣିଗ୍ରାହୀ, ଗିରିଶ ଚନ୍ଦ୍ର ଖମାରୀ,ଉଦିତ ନାରାୟଣ ଠାକୁର,କମଳ ଲୋଚନ ଖମାରୀ, ଜିତେନ୍ଦ୍ର ନାରାୟଣ ଠାକୁର, ଅଭିରାମ ବେଶ୍ରା ପ୍ରମୁଖ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ