Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସପ୍ତାହ ଆରମ୍ଭରୁ ବଦଳିବ ଭାଗ୍ୟ! ୧୨ ରାଶି ଉପରେ କିପରି ରହିବ ଗ୍ରହଙ୍କ ପ୍ରଭାବ, ଜାଣନ୍ତୁ…

ଭୁବନେଶ୍ୱର: ଚଳିତ ସପ୍ତାହଟି ଅନେକ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ରହିପାରେ। କିଛି ରାଶି ମାନଙ୍କ ପାଇଁ ଏହି ସପ୍ତାହଟି ଶୁଭ ଫଳ ଦେବା ବେଳେ ଅନ୍ୟ କିଛି ରାଶି ମାନଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇପାରେ । ତେବେ ଜ୍ୟୋତିଷ ଗଣନା ଅନୁସାରେ ୫ରୁ ୧୧ ଅକ୍ଟୋବର ମଧ୍ୟରେ ଗୁରୁ-ମଙ୍ଗଳଙ୍କ ସ୍ଥିତି, ଶନିଙ୍କ ବକ୍ରୀ ଗତି ଏବଂ ଶୁକ୍ରଙ୍କ ବକ୍ରୀ ଗତିର ପ୍ରଭାବ ରାଶିଚକ୍ରର ବିଭିନ୍ନ ରାଶି ଉପରେ ପଡ଼ିପାରେ। କେତେକ ରାଶିର ଚାକିରି ଓ ବ୍ୟବସାୟରେ ନୂଆ ସୁଯୋଗ ଆସିପାରେ, ଆଉ କେତେକଙ୍କୁ ଅର୍ଥ ଓ ସମ୍ପର୍କ ମାମଲାରେ ଅଧିକ ସତର୍କ ରହିବାକୁ ପଡ଼ିପାରେ।

ମେଷ: ଏହି ସପ୍ତାହ ମେଷ ରାଶିର ଜାତକଙ୍କ ପାଇଁ କର୍ମକ୍ଷେତ୍ରରେ ଭଲ ପରିବର୍ତ୍ତନ ଆଣିପାରେ। ନୂଆ କାମ କିମ୍ବା ଦାୟିତ୍ୱ ମିଳିବାର ଯୋଗ ରହିପାରେ। ଆର୍ଥିକ ଦିଗରୁ ସମୟ ଅନୁକୂଳ ରହିଲେ ମଧ୍ୟ ଅନାବଶ୍ୟକ ଖର୍ଚ୍ଚରୁ ଦୂରେଇ ରହିବା ଭଲ।

ବୃଷ:ବୃଷ ରାଶି ପାଇଁ ଏହି ସପ୍ତାହ ଧନ ଓ କ୍ୟାରିୟର ଦୃଷ୍ଟିରୁ ଭଲ ରହିପାରେ। ଅଟକି ରହିଥିବା କୌଣସି କାମ ଆଗକୁ ବଢ଼ିପାରେ। ବ୍ୟବସାୟୀମାନେ ନୂଆ ସୁଯୋଗ ପାଇପାରନ୍ତି। ତେବେ ବଡ଼ ଆର୍ଥିକ ନିଷ୍ପତ୍ତି ନେବାବେଳେ ଭଲ ଭାବେ ବିଚାର କରନ୍ତୁ।

ମିଥୁନ:ମିଥୁନ ରାଶିର ଜାତକଙ୍କ ପାଇଁ ଏହି ସପ୍ତାହ ପ୍ରଗତିର ସୁଯୋଗ ନେଇ ଆସିପାରେ। ଚାକିରିରେ ନୂଆ ଦାୟିତ୍ୱ ମିଳିପାରେ ଏବଂ ବ୍ୟବସାୟରେ ଲାଭର ସମ୍ଭାବନା ରହିପାରେ। ଅର୍ଥ ସମ୍ପର୍କିତ ଯୋଜନାକୁ ଠିକ୍ ଭାବେ କାର୍ଯ୍ୟକାରୀ କଲେ ଭଲ ଫଳ ମିଳିପାରେ।

କର୍କଟ: କର୍କଟ ରାଶି ପାଇଁ ଗୁରୁ-ମଙ୍ଗଳଙ୍କ ପ୍ରଭାବ ଅନେକ କ୍ଷେତ୍ରରେ ସକାରାତ୍ମକ ଫଳ ଦେଇପାରେ। କର୍ମକ୍ଷେତ୍ରରେ ନୂଆ ସୁଯୋଗ ମିଳିପାରେ। ପରିବାରରେ ମଧ୍ୟ ଭଲ ପରିବେଶ ରହିପାରେ। ତେବେ ଭାବପ୍ରବଣ ହୋଇ ତୁରନ୍ତ ନିଷ୍ପତ୍ତି ନନେବା ଭଲ।

ସିଂହ: ସିଂହ ରାଶିର ଜାତକଙ୍କ ଆତ୍ମବିଶ୍ୱାସ ବଢ଼ିପାରେ। ଚାକିରି ଓ ବ୍ୟବସାୟରେ ନୂଆ ଦ୍ୱାର ଖୋଲିପାରେ। ଆର୍ଥିକ ସ୍ଥିତିରେ ମଧ୍ୟ ସୁଧାର ଆସିପାରେ। ନୂଆ ଲୋକଙ୍କ ସହ ଯୋଗାଯୋଗ ଭବିଷ୍ୟତରେ ଲାଭଦାୟକ ହୋଇପାରେ।

କନ୍ୟା:କନ୍ୟା ରାଶି ପାଇଁ ଅଟକି ରହିଥିବା କାମ ପୁଣି ଗତି ଧରିପାରେ। ନିଜ ଯୋଗାଯୋଗ କୌଶଳ ଦ୍ୱାରା ଅନେକ କାମ ସହଜରେ ହାସଲ କରିପାରନ୍ତି। ଚାକିରିରେ ଉନ୍ନତିର ସୁଯୋଗ ମିଳିପାରେ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିଲେ ଆର୍ଥିକ ଦିଗ ଭଲ ରହିବ।

ତୁଳା: ତୁଳା ରାଶି ପାଇଁ ଏହି ସପ୍ତାହ ସମ୍ପର୍କ ଓ କର୍ମକ୍ଷେତ୍ର ଦୃଷ୍ଟିରୁ ମିଶ୍ରିତ ରହିପାରେ। ଭଲ ଯୋଗାଯୋଗ ଦ୍ୱାରା ନୂଆ ସୁଯୋଗ ମିଳିପାରେ। ବ୍ୟବସାୟୀମାନେ ଲାଭ ପାଇପାରନ୍ତି। ତେବେ ଭାବନାରେ ଆସି ଅତିରିକ୍ତ ଖର୍ଚ୍ଚ କରିବାରୁ ବଞ୍ଚନ୍ତୁ।

ବିଛା: ବିଛା ରାଶିର ଜାତକଙ୍କ ପାଇଁ ଏହି ସପ୍ତାହ କ୍ୟାରିୟର ଓ ସମ୍ପର୍କ ଦୃଷ୍ଟିରୁ ଭଲ ରହିପାରେ। କାର୍ଯ୍ୟକ୍ଷେତ୍ରରେ ନିଜ ପରିଶ୍ରମର ଫଳ ପାଇପାରନ୍ତି। ପୁରୁଣା ସମସ୍ୟାର ସମାଧାନ ମିଳିବାର ସମ୍ଭାବନା ରହିଛି। ପରିବାରର ବଡ଼ମାନଙ୍କ ପରାମର୍ଶ ଉପକାରୀ ହୋଇପାରେ।

ଧନୁ: ଧନୁ ରାଶି ପାଇଁ ଏହି ସପ୍ତାହ ଧୈର୍ଯ୍ୟ ଓ ଯୋଜନାବଦ୍ଧ ଭାବେ କାମ କରିବାର ସମୟ। ନୂଆ ଗ୍ରାହକ କିମ୍ବା କାମର ସୁଯୋଗ ମିଳିପାରେ। ତେବେ ଆର୍ଥିକ ମାମଲାରେ ତରବରିଆ ନିଷ୍ପତ୍ତି ନେବା ଠିକ୍ ହେବ ନାହିଁ। ଛାତ୍ରଛାତ୍ରୀମାନେ ପଢ଼ାରେ ଅଧିକ ଧ୍ୟାନ ଦିଅନ୍ତୁ।

ମକର:ମକର ରାଶିର ଜାତକଙ୍କୁ ଏହି ସପ୍ତାହ ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ। କାମର ଚାପ ବଢ଼ିପାରେ, କିନ୍ତୁ ଧୈର୍ଯ୍ୟ ରଖିଲେ ଭଲ ଫଳ ମିଳିପାରେ। ଖର୍ଚ୍ଚ ବଢ଼ିବାର ସମ୍ଭାବନା ଥିବାରୁ ବଜେଟ୍ ଉପରେ ନଜର ରଖନ୍ତୁ। ପରିବାର ସହ ସମୟ ବିତାଇବା ମାନସିକ ଶାନ୍ତି ଦେଇପାରେ।

କୁମ୍ଭ:କୁମ୍ଭ ରାଶି ପାଇଁ ଏହି ସପ୍ତାହ ନୂଆ ଚିନ୍ତାଧାରା ଓ ନୂଆ ପ୍ରକଳ୍ପ ଆରମ୍ଭ ପାଇଁ ଭଲ ହୋଇପାରେ। କର୍ମକ୍ଷେତ୍ରରେ ନିଜ ପ୍ରତିଭା ଦେଖାଇବାର ସୁଯୋଗ ମିଳିପାରେ। ଆର୍ଥିକ ସ୍ଥିତି ସ୍ଥିର ରହିପାରେ। ସମ୍ପର୍କରେ ଭୁଲ ବୁଝାମଣା ଦୂର କରିବା ପାଇଁ ଖୋଲାମେଲା ଭାବେ କଥା ହୁଅନ୍ତୁ।

ମୀନ: ମୀନ ରାଶିର ଜାତକଙ୍କ ପାଇଁ କର୍ମକ୍ଷେତ୍ରରେ ଆଗକୁ ବଢ଼ିବାର ଯୋଗ ରହିପାରେ। ନୂଆ ଦାୟିତ୍ୱ କିମ୍ବା ଭଲ ସୁଯୋଗ ମିଳିପାରେ। ବିବାହ ଯୋଗ୍ୟ ବ୍ୟକ୍ତିଙ୍କ ପାଇଁ ଭଲ ପ୍ରସ୍ତାବ ଆସିପାରେ। ତେବେ ସ୍ୱାସ୍ଥ୍ୟ ଓ ମାନସିକ ଚାପ ପ୍ରତି ଅବହେଳା ନକରନ୍ତୁ।

ଉପରୋକ୍ତ ରାଶିଫଳ ଜ୍ୟୋତିଷ ଗଣନା ଓ ଗ୍ରହଙ୍କ ସ୍ଥିତି ଆଧାରିତ ଏକ ସାଧାରଣ ଆକଳନ। ଏହାକୁ ନିଶ୍ଚିତ ଭବିଷ୍ୟବାଣୀ ଭାବେ ନେବା ଉଚିତ୍ ନୁହେଁ। ବ୍ୟକ୍ତିବିଶେଷଙ୍କ ଫଳ ଜନ୍ମକୁଣ୍ଡଳୀ ଅନୁସାରେ ଭିନ୍ନ ହୋଇପାରେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories