Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦୀର୍ଘ ୨୭ ବର୍ଷ ପରେ ଭାରତରେ ହେବ ମିସ୍ ୱାର୍ଲ୍ଡ ୨୦୨୩ ପ୍ରତିଯୋଗିତା

ନୂଆଦିଲ୍ଲୀ: ଦୀର୍ଘ ୨୭ ବର୍ଷ ପରେ ଭାରତରେ ପୁଣି ଥରେ ମିସ୍ ୱାର୍ଲ୍ଡ ୨୦୨୩ ଫାଇନାଲ୍ ଅନୁଷ୍ଠିତ ହେବ। ୧୯୯୬ ରେ ଏହି କାର୍ଯ୍ୟକ୍ରମ ଶେଷ ଥର ପାଇଁ ଆୟୋଜିତ ହୋଇଥିଲା। ନଭେମ୍ବର-ଡିସେମ୍ବର ମଧ୍ୟରେ ଏହି ସୌନ୍ଦର୍ଯ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି ଆଶା କରାଯାଉଛି। ଏହାକୁ ନେଇ କୌଣସି ନିର୍ଦ୍ଧିଷ୍ଟ ତାରିଖ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ। ମିସ୍ ୱାର୍ଲ୍ଡ ଅର୍ଗାନାଇଜେସନ୍ ଚେୟାରମ୍ୟାନ୍ ତଥା ସିଇଓ ଜୁଲିଆ ମୋର୍ଲି ଏକ ବିବୃତ୍ତିରେ କହିଛନ୍ତି ଯେ ‘ ଏହି ପ୍ରତିଯୋଗିତାରେ ୧୩୦ ରୁ ଅଧିକ ଦେଶର ପ୍ରତିଯୋଗୀମାନେ ଭାରତରେ ଏକତ୍ରିତ ହୋଇ ନିଜର ଅନନ୍ୟ ପ୍ରତିଭା ପ୍ରଦର୍ଶନ କରିବେ। ଏଥିରେ ବିଭିନ୍ନ ରାଉଣ୍ଡରେ ପ୍ରତିଯୋଗିତା ହେବ। ଏହା ପ୍ରାୟ ଏକ ମାସ ପର୍ଯ୍ୟନ୍ତ ଚାଲିବ।

ମିସ୍ ୱାର୍ଲ୍ଡ ଅର୍ଗାନାଇଜେସନ୍ ଘୋଷଣା କରିଛି ଯେ ନଭେମ୍ବର-ଡିସେମ୍ବର ୨୦୨୩ ରେ ହେବାକୁ ଥିବା ଗ୍ରାଣ୍ଡ୍ ଫାଇନାଲ୍ ର ଏକ ମାସ ପୂର୍ବରୁ ପ୍ରତିଯୋଗୀମାନଙ୍କୁ ସର୍ଟଲିଷ୍ଟ କରିବା ପାଇଁ ଏକାଧିକ ରାଉଣ୍ଡ ଅନୁଷ୍ଠିତ ହେବ। ମିସ୍ ୱାର୍ଲ୍ଡର ବହୁ ପ୍ରତୀକ୍ଷିତ ୭୧ ତମ ସଂସ୍କରଣ ଚଳିତ ବର୍ଷ ନଭେମ୍ବରରେ ହେବ ବୋଲି ଆଶା କରାଯାଉଛି ଯାହାର ଅନ୍ତିମ ତାରିଖ ଏପର୍ଯ୍ୟନ୍ତ ଜଣାପଡିନାହିଁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ