ଆଜି ଗୁରୁବାର: ଆଜିର ପଞ୍ଚାଙ୍ଗ ସହ ୧୨ଟି ରାଶିର ରାଶିଫଳ ବିଷୟରେ ଜାଣନ୍ତୁ…
ଆଜି ଗୁରୁବାର, ୮ ଅକ୍ଟୋବର ୨୦୨୬, ଏବଂ ଆଶ୍ୱିନ ମାସ କୃଷ୍ଣ ପକ୍ଷର ତ୍ରୟୋଦଶୀ ତିଥି। ଆଜି ଦିନରେ ତ୍ରୟୋଦଶୀ ତିଥି ରହିବ। ଏହାସହ ପୂର୍ବାଫାଲ୍ଗୁନୀ ନକ୍ଷତ୍ରର ପ୍ରଭାବ ରହିବ ଏବଂ ଚନ୍ଦ୍ର ସିଂହ ରାଶିରେ ଅବସ୍ଥାନ କରିବେ। ଏହା ସହ ଆଜି ଗୁରୁ ପ୍ରଦୋଷ ବ୍ରତ ଏବଂ ମାସିକ ଶିବରାତ୍ରିର ଯୋଗ ରହିଛି। ଆଜି ସୂର୍ଯ୍ୟୋଦୟ ପ୍ରାୟ ସକାଳ ୫ଟା ୩୯ ମିନିଟ୍ରେ ହୋଇଥିବା ବେଳେ ସୂର୍ଯ୍ୟାସ୍ତ ପ୍ରାୟ ସନ୍ଧ୍ୟା ୫ଟା ୨୯ ମିନିଟ୍ରେ ହେବ। ଅପରାହ୍ନ ପ୍ରାୟ ୧ଟା ୩ ମିନିଟ୍ରୁ ୨ଟା ୩୧ ମିନିଟ୍ ପର୍ଯ୍ୟନ୍ତ ରାହୁକାଳ ରହିବ। ଏହି ସମୟରେ ଶୁଭ କାର୍ଯ୍ୟ ଆରମ୍ଭ ନକରିବା ଭଲ ବୋଲି ଜ୍ୟୋତିଷ ମତ ରହିଛି।
ମେଷ: କାର୍ଯ୍ୟକ୍ଷେତ୍ରରେ ନୂଆ ସୁଯୋଗ ମିଳିପାରେ। ଅଯଥା ଖର୍ଚ୍ଚରୁ ଦୂରେଇ ରୁହନ୍ତୁ। ପ୍ରେମ ସମ୍ପର୍କରେ ଦିନଟି ଭଲ ରହିବ।
ବୃଷ: ଆର୍ଥିକ ଦିଗରୁ ଲାଭର ସମ୍ଭାବନା ରହିଛି। ବ୍ୟବସାୟରେ ନୂଆ ଡିଲ୍ ମିଳିପାରେ। ପରିବାରରେ ଖୁସିର ମାହୋଲ ରହିବ।
ମିଥୁନ: କାର୍ଯ୍ୟକ୍ଷେତ୍ରରେ ମତଭେଦ ହୋଇପାରେ, ତେଣୁ ଧୈର୍ଯ୍ୟ ରଖନ୍ତୁ। ଟଙ୍କା ଲେଣଦେଣରେ ସାବଧାନ ରୁହନ୍ତୁ।
କର୍କଟ: ଚାକିରି ଓ ବ୍ୟବସାୟରେ ଉନ୍ନତିର ରାସ୍ତା ଖୋଲିପାରେ। ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ। ମନ ଶାନ୍ତ ରହିବ।
ସିଂହ: ଆଜି ଆତ୍ମବିଶ୍ୱାସ ବଢ଼ିବ। କାମରେ ସଫଳତା ମିଳିପାରେ, କିନ୍ତୁ ଅତିରିକ୍ତ ଖର୍ଚ୍ଚ ଉପରେ ନଜର ରଖନ୍ତୁ।
କନ୍ୟା:ଅଟକି ରହିଥିବା କାମ ଆଜି ଆଗକୁ ବଢ଼ିପାରେ। ଆର୍ଥିକ ସ୍ଥିତି ଭଲ ରହିବ। ପରିବାରର ସମର୍ଥନ ମିଳିବ।
ତୁଳା:ନୂଆ ଲୋକଙ୍କ ସହ ପରିଚୟ ଭବିଷ୍ୟତରେ ଲାଭ ଦେଇପାରେ। ପ୍ରେମ ଜୀବନରେ ମଧୁରତା ବଢ଼ିବ।
ବିଛା: କାର୍ଯ୍ୟକ୍ଷେତ୍ରରେ ଦାୟିତ୍ୱ ବଢ଼ିପାରେ। ନିଷ୍ପତ୍ତି ନେବାବେଳେ ତରବର ହୁଅନ୍ତୁ ନାହିଁ। ଧନ ସଞ୍ଚୟ ଉପରେ ଧ୍ୟାନ ଦିଅନ୍ତୁ।
ଧନୁ: ଦୂରଯାତ୍ରା କିମ୍ବା ନୂଆ କାମର ସୁଯୋଗ ମିଳିପାରେ। ପରିବାରରେ ଖର୍ଚ୍ଚ ବଢ଼ିପାରେ, ତେଣୁ ବଜେଟ୍ କରି ଚାଲନ୍ତୁ।
ମକର: ଚାକିରି କିମ୍ବା ବ୍ୟବସାୟରେ ଭଲ ଖବର ମିଳିପାରେ। ସମ୍ମାନ ବଢ଼ିବ। ଦାମ୍ପତ୍ୟ ଜୀବନରେ ମଧୁରତା ରହିବ।
କୁମ୍ଭ: ନୂଆ ଯୋଜନା ଆରମ୍ଭ ପାଇଁ ଦିନଟି ଉତ୍ସାହଜନକ। ଆୟର ନୂଆ ଉତ୍ସ ମିଳିପାରେ। ବନ୍ଧୁଙ୍କ ସାହାଯ୍ୟ ପାଇବେ।
ମୀନ: ଆଜି ନିଜ କାମ ଉପରେ ଅଧିକ ଧ୍ୟାନ ଦେଲେ ସଫଳତା ମିଳିବ। ପୁରୁଣା ଚିନ୍ତା ଦୂର ହୋଇ ମନରେ ଶାନ୍ତି ଆସିପାରେ।

