Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Hyderabad News: ବାୟୁସେନା ଅଧିକାରୀଙ୍କ ବେଶରେ ପରେଡ୍ ଗ୍ରାଉଣ୍ଡରେ ଫଟୋ ଉଠାଉଥିଲେ ଯୁବକ, ଅଟକ ରଖିଲା ପୁଲିସ

ହାଇଦ୍ରାବାଦ: ହାଇଦ୍ରାବାଦର ସିକନ୍ଦରାବାଦସ୍ଥିତ ପରେଡ୍ ଗ୍ରାଉଣ୍ଡରେ ଭାରତୀୟ ବାୟୁସେନା ଅଧିକାରୀଙ୍କ ବେଶରେ ବୁଲୁଥିବା ଜଣେ ଯୁବକଙ୍କୁ ସୁରକ୍ଷାକର୍ମୀ ଅଟକ ରଖିଛନ୍ତି। ଅଭିଯୁକ୍ତ ଜଣକ ବାୟୁସେନାର ଫ୍ଲାଇଂ ଅଫିସରଙ୍କ ୟୁନିଫର୍ମ ପିନ୍ଧି ଫଟୋ ଉଠାଉଥିବା ବେଳେ ତାଙ୍କ ଗତିବିଧିକୁ ସନ୍ଦେହଜନକ ମନେ କରିଥିଲେ ସେଠାରେ ମୁତୟନ ସାମରିକ ସୁରକ୍ଷାକର୍ମୀ। ପରେ ତାଙ୍କୁ ଅଟକାଇ ପଚରାଉଚରା କରାଯାଇଥିଲା। ଯାଞ୍ଚରେ ସେ ଭାରତୀୟ ବାୟୁସେନାର ଅଧିକାରୀ ନୁହନ୍ତି ବୋଲି ଜଣାପଡ଼ିବା ପରେ ତାଙ୍କୁ ବେଗମପେଟ୍‌ ପୁଲିସର ଜିମା ଦିଆଯାଇଛି।

ପୁଲିସ ଅନୁସାରେ, ଅଭିଯୁକ୍ତଙ୍କ ନାଁ ନିତେଶ କୁମାର ପାଲ। ସେ ମୂଳତଃ ବିହାରର ବାସିନ୍ଦା ହୋଇଥିବା ବେଳେ ବର୍ତ୍ତମାନ ହାଇଦ୍ରାବାଦର ନେରେଡମେଟ୍‌ ଅଞ୍ଚଳରେ ରହୁଛନ୍ତି। ସେ ପେସାରେ ଜଣେ ଡେଲିଭରି ଏଜେଣ୍ଟ ବୋଲି ସୂଚନା ମିଳିଛି। ଅଭିଯୋଗ ଅନୁସାରେ, ସେ ନିଜକୁ ବାୟୁସେନା ଅଧିକାରୀ ଭାବେ ପରିଚୟ ଦେଉଥିଲେ। ତେବେ ସେ କେଉଁ ଉଦ୍ଦେଶ୍ୟରେ ଏହି ୟୁନିଫର୍ମ ପିନ୍ଧିଥିଲେ ଏବଂ ନକଲି ପରିଚୟର ବ୍ୟବହାର କରୁଥିଲେ କି ନାହିଁ, ସେନେଇ ପୁଲିସ ତଦନ୍ତ କରୁଛି।

ଏହି ଘଟଣା ଅକ୍ଟୋବର ୭ ତାରିଖ ଅପରାହ୍ନ ପ୍ରାୟ ୧ଟା ୪୫ ମିନିଟ୍‌ ସମୟରେ ଘଟିଥିବା କୁହାଯାଉଛି। ପରେଡ୍ ଗ୍ରାଉଣ୍ଡରେ ୟୁନିଫର୍ମ ପିନ୍ଧି ଫଟୋ ଉଠାଉଥିବା ଯୁବକଙ୍କ ଆଚରଣ ଉପରେ ସନ୍ଦେହ ହେବାରୁ ସୁରକ୍ଷାକର୍ମୀ ତାଙ୍କ ପରିଚୟ ଯାଞ୍ଚ କରିଥିଲେ। ପରେ ତାଙ୍କୁ ପୁଲିସ ହାତରେ ହସ୍ତାନ୍ତର କରାଯାଇଥିଲା। ଏହି ଘଟଣା ପଛରେ ଅନ୍ୟ କୌଣସି ଉଦ୍ଦେଶ୍ୟ ରହିଛି କି ନାହିଁ, ତାହା ତଦନ୍ତ ପରେ ସ୍ପଷ୍ଟ ହେବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories