Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଧର୍ମଶାଳାରେ Gas Pipe ଫାଟି ଅଗ୍ନିକାଣ୍ଡ, ୫ ବର୍ଷର ଶିଶୁ ମୃତ; ବାପା-ମାଆ ଗୁରୁତର

ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ଅରାବଳ ଗ୍ରାମରେ ଗ୍ୟାସ୍ ପାଇପ୍ ଫାଟି ଅଗ୍ନିକାଣ୍ଡ ଘଟିଛି। ଆଜି ସକାଳ ପ୍ରାୟ ୬ଟା ୩୦ ମିନିଟ୍‌ରେ ଅଭିରାମ ମଲିକଙ୍କ ପତ୍ନୀ ତିଲୋତ୍ତମା ରୋଷେଇ କରି ଜଳଖିଆ ପ୍ରସ୍ତୁତ କରୁଥିବା ସମୟରେ ଏହି ଅଘଟଣ ଘଟିଥିଲା। ଏଥିରେ ଅଭିରାମଙ୍କ ୫ ବର୍ଷର ଝିଅ ମାମାଲିଙ୍କ ମୃତ୍ୟୁ ହୋଇଛି।

ଅଗ୍ନିକାଣ୍ଡରେ ମାମାଲିଙ୍କ ବାପା ଅଭିରାମ (୪୦) ଓ ମାଆ ତିଲୋତ୍ତମା (୩୫) ଗୁରୁତର ଆହତ ହୋଇଥିବା ବେଳେ ବଡ଼ବାପା ଉତ୍ତମ ମଲିକ (୫୦) ମଧ୍ୟ ଆହତ ହୋଇଛନ୍ତି। ସମସ୍ତଙ୍କୁ ପ୍ରଥମେ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ମାମାଲିଙ୍କୁ ମୃତ ଘୋଷଣା କରିଥିବା ବେଳେ ଅନ୍ୟ ଆହତଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ଖବର ପାଇ ଅଗ୍ନିଶମ କର୍ମଚାରୀ ଓ କୋତପୁର ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଅଗ୍ନିକାଣ୍ଡର କାରଣ ଜାଣିବା ପାଇଁ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ