ଭୁବନେଶ୍ୱର: ପଦରୁ ହଟିଲେ ଉଚ୍ଚଶିକ୍ଷା ବିଭାଗ ଦାୟିତ୍ବରେ ଥିବା ମନ୍ତ୍ରୀ ରୋହିତ ପୂଜାରୀ। ନବୀନଙ୍କ ମନ୍ତ୍ରୀମଣ୍ଡଳରୁ ବାଦ ପଡିଲେ ରୋହିତ ପୁଜାରୀ । ଏ ନେଇ ଶୁକ୍ରବାର ସୂଚନା ଦିଆଯାଇଛି ।
ନିଜ ବିଭାଗରେ ରୋହିତଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ଥିଲା। ଏହି କାରଣରୁ ତାଙ୍କ ହାତରୁ ବିଭାଗ ଦାୟିତ୍ବ ହଟାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟପାଳ ପ୍ରଫେସର ଗଣେଷୀଲାଲଙ୍କୁ ସୁପାରିସ କରିଥିଲେ । ଏହା ପରେ ତାଙ୍କୁ ମନ୍ତ୍ରୀ ପଦରୁ ବାଦ ଦିଆଯାଇଥିବା ଜଣାପଡ଼ିଛି । ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ଦାୟିତ୍ୱ ଏବେ ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀଙ୍କୁ ଦିଆଯାଇଛି । ଉଲ୍ଲେଖ ଥାଉ କି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ ସମସ୍ତ ବିଭାଗର ସମୀକ୍ଷା କରୁଛନ୍ତି ।