Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Laiba Ijaz Case:ପଦାର୍ଥ ବିଜ୍ଞାନରେ ସ୍ୱର୍ଣ୍ଣପଦକ ବିଜେତା ପାକିସ୍ତାନୀ ମେଧାବୀଙ୍କ ମୃତ୍ୟୁ, ୯୩ ଲକ୍ଷ ଟଙ୍କା ଠକେଇ ଅଭିଯୋଗ

ନୂଆଦିଲ୍ଲୀ: ପାକିସ୍ତାନର ୨୦ ବର୍ଷୀୟ ପଦାର୍ଥ ବିଜ୍ଞାନରେ ସ୍ୱର୍ଣ୍ଣପଦକ ବିଜେତା ଲାଇବା ଇଜାଜଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚା ଜୋର ଧରିଛି। ଆମେରିକାର ପ୍ରତିଷ୍ଠିତ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟରେ ପଢ଼ିବା ତାଙ୍କର ସ୍ୱପ୍ନ ଥିଲା। କିନ୍ତୁ ଶିକ୍ଷା ପାଇଁ ସହାୟତା ଯୋଗାଇଦେବାର ପ୍ରତିଶ୍ରୁତି ଦେଇ ଜଣେ ଶିକ୍ଷା ପରାମର୍ଶଦାତା ତାଙ୍କ ପରିବାରକୁ ୯୩ ଲକ୍ଷ ପାକିସ୍ତାନୀ ଟଙ୍କା ଠକିଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ଅକ୍ଟୋବର ୯ରେ ଇସଲାମାବାଦରୁ ଲାଇବାଙ୍କ ମୃତଦେହ ମିଳିଥିବା ସୂଚନା ମିଳିଛି।

ପରିବାରର ଅଭିଯୋଗ ଅନୁସାରେ, ପରାମର୍ଶଦାତା ତାଙ୍କୁ ବିଶ୍ୱବିଦ୍ୟାଳୟରେ ଆଡମିସନ୍‌, ଛାତ୍ରବୃତ୍ତି ଓ ଆମେରିକାର ଭିସା କରାଇଦେବାର ପ୍ରତିଶ୍ରୁତି ଦେଇଥିଲେ। ଝିଅର ପାଠପଢ଼ା ପାଇଁ ତାଙ୍କ ବାପା, ଯିଏ କ୍ଷୀର ବିକ୍ରି କରି ପରିବାର ଚଳାନ୍ତି, ଘର ତିଆରି ପାଇଁ ରଖିଥିବା ଜମି ବିକ୍ରି କରିଥିବା କୁହାଯାଉଛି। ସେହିପରି ତାଙ୍କ ମାଆ ମଧ୍ୟ ଗହଣା ବନ୍ଧକ ରଖି ଟଙ୍କା ଯୋଗାଡ଼ କରିଥିଲେ। ତଥାପି ଆଡମିସନ୍‌ ଓ ଭିସାର ପ୍ରତିଶ୍ରୁତି ପୂରଣ ହୋଇନଥିବା ପରିବାର ଅଭିଯୋଗ କରିଛି।

ଏହି ମାମଲାରେ ପାକିସ୍ତାନର ଫେଡେରାଲ୍‌ ଇନଭେଷ୍ଟିଗେସନ୍‌ ଏଜେନ୍ସି (FIA) ଅଭିଯୁକ୍ତ ଶିକ୍ଷା ପରାମର୍ଶଦାତାଙ୍କୁ ଗିରଫ କରିଛି। ଘଟଣାକୁ ଗୁରୁତ୍ୱ ଦେଇ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ମଧ୍ୟ ମାମଲାରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଲାଇବାଙ୍କ ମୃତ୍ୟୁର ସଠିକ୍‌ କାରଣ ଏବଂ ଠକେଇ ଅଭିଯୋଗର ସମ୍ପୂର୍ଣ୍ଣ ତଥ୍ୟ ତଦନ୍ତ ପରେ ସ୍ପଷ୍ଟ ହେବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ