Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Salem Silver Robbery: ସୁରକ୍ଷାକର୍ମୀଙ୍କୁ ବାନ୍ଧିଦେଇ ଦୋକାନରୁ ୧୩ କୋଟି ଟଙ୍କାର ୫୫୦ କେଜି ରୁପା ଲୁଟିନେଲେ ଦୁର୍ବୁତ୍ତ

ତାମିଲନାଡୁ: ତାମିଲନାଡୁର ସାଲେମ୍‌ରେ ଏକ ରୁପା ସାମଗ୍ରୀ ଦୋକାନରୁ ପ୍ରାୟ ୧୩ କୋଟି ଟଙ୍କା ମୂଲ୍ୟର ୫୫୦ କେଜି ରୁପା ଲୁଟ୍‌ ହୋଇଛି। ସୋମବାର ଭୋର ପ୍ରାୟ ୨ଟା ସମୟରେ ଚାରି ଜଣ ମୁହଁ ଘୋଡ଼ାଇଥିବା ଦୁର୍ବୃତ୍ତ ଦୋକାନରେ ପଶିଥିଲେ। ସେଠାରେ ଡ୍ୟୁଟିରେ ଥିବା ଏକମାତ୍ର ସୁରକ୍ଷାକର୍ମୀ ଭେଙ୍କଟେସାଙ୍କୁ ଲୁହା ରଡ୍‌ରେ ଆକ୍ରମଣ କରିବା ସହ ଦଉଡ଼ିରେ ବାନ୍ଧି ଦେଇଥିବା ଅଭିଯୋଗ ହୋଇଛି।

ଏହାପରେ ଦୁର୍ବୃତ୍ତମାନେ ଦୋକାନରେ ଲାଗିଥିବା CCTV କ୍ୟାମେରା ଭାଙ୍ଗି ଦେଇଥିଲେ। ବିଲ୍ଡିଂର ପଛପଟ ପାହାଚ ଦେଇ ସେମାନେ ଦୋକାନ ଭିତରକୁ ପଶିଥିବା ସୂଚନା ମିଳିଛି। ଦୋକାନ ଓ ଗୋଦାମରେ ରଖାଯାଇଥିବା ରୁପା ସାମଗ୍ରୀ ଏବଂ ରୁପା ବାର୍‌କୁ ପ୍ୟାକ୍‌ କରି ଦୁର୍ବୃତ୍ତମାନେ ଅଳ୍ପ ସମୟ ମଧ୍ୟରେ ସେଠାରୁ ଫେରାର ହୋଇଯାଇଥିଲେ।

ଘଟଣା ସାମ୍ନାକୁ ଆସିବା ପରେ ପୁଲିସ ଲୁଟ୍‌ ମାମଲାର ତଦନ୍ତ ଆରମ୍ଭ କରିଛି। ଦୁର୍ବୃତ୍ତମାନେ କେଉଁ ରାସ୍ତାରେ ଆସିଥିଲେ ଓ କେଉଁ ଦିଗକୁ ଫେରାର ହୋଇଥିଲେ, ତାହା ଜାଣିବାକୁ ତଦନ୍ତ ଚାଲିଛି। ଲୁଟ୍‌ ହୋଇଥିବା ରୁପା ଉଦ୍ଧାର କରିବା ସହ ଘଟଣାରେ ସମ୍ପୃକ୍ତ ଲୋକଙ୍କୁ ଧରିବା ପାଇଁ ପୁଲିସ ଚେଷ୍ଟା କରୁଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories