Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

SpiceJet Pilots’ Salary Dispute: ବକେୟା ଦରମା ଦାବିରେ ଉଡ଼ାଣ କରିବାକୁ ମନା କଲେ ୪୦ ପାଇଲଟ୍

ନୂଆଦିଲ୍ଲୀ: ଆର୍ଥିକ ଓ ପରିଚାଳନାଗତ ସମସ୍ୟାର ସାମ୍ନା କରୁଥିବା ବିମାନ କମ୍ପାନୀ ସ୍ପାଇସଜେଟ୍‌ରେ ଏବେ ଦରମାକୁ ନେଇ ବିବାଦ ଦେଖାଦେଇଛି। ବକେୟା ଦରମା ପ୍ରଦାନ ଦାବିରେ କମ୍ପାନୀର Q400 ବିମାନ ଚଳାଉଥିବା ପ୍ରାୟ ୪୦ ଜଣ ପାଇଲଟ୍ ଉଡ଼ାଣ କରିବାକୁ ମନା କରିଥିବା ସୂଚନା ମିଳିଛି।

ସୂତ୍ର ଅନୁସାରେ, ବକେୟା ଦରମା ନମିଳିବା ପର୍ଯ୍ୟନ୍ତ ଉଡ଼ାଣ ନକରିବାକୁ ପାଇଲଟ୍‌ମାନେ ନିଷ୍ପତ୍ତି ନେଇଛନ୍ତି। ପାଇଲଟ୍‌ମାନଙ୍କ ଏହି ଆଭିମୁଖ୍ୟକୁ ପାଇଲଟ୍‌ମାନଙ୍କ ସଂଗଠନ ALPA India ସମର୍ଥନ କରିଥିବା ମଧ୍ୟ ସୂତ୍ରରୁ ଜଣାପଡ଼ିଛି।

ଗତ କିଛି ମାସ ଧରି ସ୍ପାଇସଜେଟ୍ ଆର୍ଥିକ ଚାପ ଓ ବିମାନ ପରିଚାଳନା ସମ୍ପର୍କିତ ସମସ୍ୟାର ସାମ୍ନା କରୁଛି। ଏଭଳି ସ୍ଥିତିରେ ପାଇଲଟ୍‌ମାନଙ୍କ ବକେୟା ଦରମା ବିବାଦ କମ୍ପାନୀର ପରିଚାଳନା ଉପରେ କି ପ୍ରଭାବ ପକାଇବ, ତାହା ଉପରେ ନଜର ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories