Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Bhubaneswar Accident: ସମ୍‌ ହସ୍ପିଟାଲ ରାସ୍ତାରେ ସ୍କର୍ପିଓର ଧକ୍କାରେ ୨ ମୃତ, ୭ ଆହତ

ଭୁବନେଶ୍ୱର: ଭୁବନେଶ୍ୱରର ସମ୍‌ ହସ୍ପିଟାଲରୁ ନୂଆଗାଁ ଛକ ମଧ୍ୟରେ ଏକ ଦ୍ରୁତଗାମୀ ସ୍କର୍ପିଓ ଏକାଧିକ ଗାଡ଼ି ଓ ଲୋକଙ୍କୁ ଧକ୍କା ଦେବାରୁ ଭୟଙ୍କର ଦୁର୍ଘଟଣା ଘଟିଛି। ଏହି ଘଟଣାରେ ୨ ଜଣଙ୍କ ମୃତ୍ୟୁ ଓ ୭ ଜଣ ଆହତ ହୋଇଥିବା ସୂଚନା ମିଳିଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ସ୍କର୍ପିଓଟି କଳିଙ୍ଗ ଷ୍ଟୁଡିଓରୁ କଳିଙ୍ଗବିହାର ରାସ୍ତାରେ ଦ୍ରୁତଗତିରେ ଯାଉଥିବା ବେଳେ ରାସ୍ତାକଡ଼ରେ ଥିବା ମୋଟରସାଇକଲ୍‌, କାର୍‌ ଓ ପଦଯାତ୍ରୀଙ୍କୁ ଧକ୍କା ଦେଇଥିଲା। ଡ୍ରାଇଭର ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଳାଉଥିବା ଅଭିଯୋଗ ହୋଇଛି।

ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଲୋକେ ସ୍କର୍ପିଓକୁ ଭଙ୍ଗାରୁଜା କରିବା ସହ ଚାଳକ ଦୟା ଶଙ୍କର ପାଣିଗ୍ରାହୀଙ୍କ ସମେତ ଅନ୍ୟ ଜଣଙ୍କୁ ଅଟକ ରଖିଥିଲେ। ଗାଡ଼ିରେ ଥିବା ଆଉ ୨ରୁ ୩ ଜଣ ଫେରାର ହୋଇଯାଇଥିବା କୁହାଯାଉଛି। ଭରତପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଚାଳକଙ୍କୁ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି। ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଭୁବନେଶ୍ୱର ଡିସିପି ସର୍ବଣା ବିବେକ ଏମ୍‌ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ।

ଅନ୍ୟପଟେ ଭୁବନେଶ୍ୱରର ଏକାମ୍ର କାନନ ନୂଆ ରାସ୍ତାରେ ମଧ୍ୟ ଆଉ ଏକ ଦୁର୍ଘଟଣା ଘଟିଛି। ଦୁଇ ଛୁଆଙ୍କୁ ଧରି ରାସ୍ତା ପାର୍‌ ହେଉଥିବା ଜଣେ ମହିଳାଙ୍କୁ ଦ୍ରୁତଗାମୀ ବାଇକ୍‌ ଧକ୍କା ଦେବା ପରେ ସେ ରାସ୍ତାରେ ପଡ଼ିଯାଇଥିଲେ। ଏହି ସମୟରେ ଏକ କାର୍‌ ତାଙ୍କ ଉପରେ ଚଢ଼ିଯାଇଥିବା ଜଣାପଡ଼ିଛି। ମହିଳା ଆହତ ହୋଇଥିବା ବେଳେ ଦୁଇ ଛୁଆ ଅଳ୍ପକେ ରକ୍ଷା ପାଇଛନ୍ତି। ମୈତ୍ରୀବିହାର ଥାନା ପୁଲିସ ତଦନ୍ତ କରୁଥିବା ବେଳେ ବାଇକ୍‌ ଓ କାର୍‌ ଚାଳକ ଫେରାର ହୋଇଥିବା ଅଭିଯୋଗରେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories