Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

MrBeast Meet Challenge: ୩୬୫ ଦିନର ଚ୍ୟାଲେଞ୍ଜ ପରେ ମିଳିଲା ସଫଳତା, ଗୁଜରାଟର ମାୟାଙ୍କୁ ମିଳିଲା ୯.୫ ଲକ୍ଷ ଟଙ୍କା

ଗୁଜୁରାଟ: ଲୋକପ୍ରିୟ ୟୁଟ୍ୟୁବର୍ MrBeastଙ୍କୁ ଭେଟିବା ପାଇଁ ଗୁଜରାଟର ସୁରତର ମାୟା ଗୁପ୍ତା ଦୀର୍ଘ ଏକ ବର୍ଷ ଧରି ଚେଷ୍ଟା କରିଥିଲେ। ଶେଷରେ ତାଙ୍କର ୩୬୫ ଦିନର ଚ୍ୟାଲେଞ୍ଜ ସଫଳ ହୋଇଛି। ମାୟା କେବଳ MrBeastଙ୍କୁ ଭେଟିବାର ସୁଯୋଗ ପାଇନାହାନ୍ତି, ବରଂ ନିଜ ସମାଜସେବା କାମକୁ ଆଗକୁ ବଢ଼ାଇବା ପାଇଁ ୧୦ ହଜାର ଡଲାର, ଅର୍ଥାତ୍ ପ୍ରାୟ ୯.୫ ଲକ୍ଷ ଟଙ୍କା ମଧ୍ୟ ପାଇଛନ୍ତି ବୋଲି ସୂଚନା ପ୍ରକାଶ ପାଇଛି |

ମାୟାଙ୍କ ଲକ୍ଷ୍ୟ ଥିଲା ବିଶ୍ୱର ଅନ୍ୟତମ ଲୋକପ୍ରିୟ କଣ୍ଟେଣ୍ଟ କ୍ରିଏଟର୍ MrBeastଙ୍କ ନଜରକୁ ଆସିବା ଏବଂ ତାଙ୍କୁ ସାକ୍ଷାତ କରିବା। ଏଥିପାଇଁ ସେ ନିଜ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟ୍‌ @mayaforbeast ରେ ନିୟମିତ ଭିଡିଓ ପୋଷ୍ଟ କରୁଥିଲେ। ନିଜର ଏକ ବର୍ଷର ଯାତ୍ରା ଓ ଚ୍ୟାଲେଞ୍ଜର ଅନୁଭୂତିକୁ ସେ ଭିଡିଓ ମାଧ୍ୟମରେ ସେୟାର କରିବା ସହ MrBeastଙ୍କୁ ଟ୍ୟାଗ୍ କରୁଥିଲେ, ଯାହାଦ୍ୱାରା ତାଙ୍କ ନଜର ମାୟାଙ୍କ ଉପରେ ପଡ଼ିବ ବୋଲି ସେ ଆଶା ରଖିଥିଲେ।

ମାୟାଙ୍କ ଏହି ପ୍ରୟାସ ଶେଷରେ ସଫଳ ହେବା ସହ ତାଙ୍କୁ ମିଳିଥିବା ଆର୍ଥିକ ସହାୟତା ସମାଜ ପାଇଁ କରୁଥିବା କାମରେ ଉପଯୋଗୀ ହେବ ବୋଲି ଆଶା କରାଯାଉଛି। ତେବେ ସୋସିଆଲ୍ ମିଡିଆରେ ନିଜ ଲକ୍ଷ୍ୟକୁ ନେଇ ନିରନ୍ତର ପ୍ରୟାସ କରିବା ଦ୍ୱାରା ମାୟା ଏହି ସଫଳତା ପାଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories