Germany Building Fire: ଜର୍ମାନୀରେ ଭୟାବହ ଅଗ୍ନିକାଣ୍ଡ! ୩ ଭାରତୀୟଙ୍କ ମୃତ୍ୟୁ; ୫ ଆହତ, ୪୧ ବର୍ଷୀୟ ବ୍ୟକ୍ତି ଗିରଫ
ନୂଆଦିଲ୍ଲୀ: ଜର୍ମାନୀର ବୋଖୁମ୍ ସହରରେ ଏକ ଆବାସିକ କୋଠାରେ ଅଗ୍ନିକାଣ୍ଡ ଘଟି ୩ ଜଣ ଭାରତୀୟ ନାଗରିକଙ୍କ ମୃତ୍ୟୁ ହୋଇଛି। ମଙ୍ଗଳବାର ସକାଳେ ଘଟିଥିବା ଏହି ଘଟଣାରେ ଅନ୍ୟ ୫ ଜଣ ଆହତ ହୋଇଛନ୍ତି। ଅଗ୍ନିକାଣ୍ଡର କାରଣ ଜାଣିବା ପାଇଁ ସ୍ଥାନୀୟ ପୋଲିସ ଓ ତଦନ୍ତକାରୀ ଅଧିକାରୀମାନେ ଯାଞ୍ଚ ଆରମ୍ଭ କରିଛନ୍ତି।
ଘଟଣାରେ ସମ୍ପୃକ୍ତ ଥିବା ସନ୍ଦେହରେ ପୋଲିସ କୋଠାରେ ରହୁଥିବା ୪୧ ବର୍ଷୀୟ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ତାଙ୍କ ବିରୋଧରେ ହତ୍ୟା ସନ୍ଦେହରେ ତଦନ୍ତ ଚାଲିଛି। ତେବେ ଏହି ମାମଲାରେ ଅଭିଯୁକ୍ତଙ୍କ ଦୋଷ ଏଯାଏଁ ପ୍ରମାଣିତ ହୋଇନାହିଁ।
ତଦନ୍ତକାରୀମାନେ ଅଗ୍ନିକାଣ୍ଡ ପଛରେ କୌଣସି ଯାନ୍ତ୍ରିକ ତ୍ରୁଟି ଥିବା ସମ୍ଭାବନାକୁ ଖାରଜ କରିଛନ୍ତି। ଏହା ଜାଣିଶୁଣି ନିଆଁ ଲଗାଇବା ଘଟଣା ହୋଇଥାଇପାରେ ବୋଲି ସେମାନେ ସନ୍ଦେହ କରୁଛନ୍ତି। ତେବେ ନିଆଁ ଲାଗିବାର ପ୍ରକୃତ କାରଣ ଓ ମୃତକଙ୍କ ସମ୍ପର୍କରେ ଅଧିକ ତଥ୍ୟ ତଦନ୍ତ ପରେ ସ୍ପଷ୍ଟ ହେବ।

