Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Abhijeet Dipke Released: ‘Peace Bond’ ଦାଖଲ ପରେ ମୁକ୍ତ ହେଲେ CJP ମୁଖ୍ୟ, ₹୫୦ ହଜାରର ବଣ୍ଡ୍ ଦାଖଲ

ଦିଲ୍ଲୀରେ କଥିତ ନିର୍ବାଚନୀ ଅନିୟମିତତା ବିରୋଧରେ ଚାଲିଥିବା ପ୍ରତିବାଦ ମଧ୍ୟରେ କକ୍‌ରୋଚ୍ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କୁ ଅଦାଲତଙ୍କ ନିର୍ଦ୍ଦେଶ ପରେ ମୁକ୍ତ କରାଯାଇଛି। ଶୁକ୍ରବାର କନଟ୍ ପ୍ଲେସ୍‌ରେ ‘ତିରଙ୍ଗା ମାର୍ଚ୍ଚ’ରେ ଯୋଗଦେବାକୁ ଯାଉଥିବା ସମୟରେ ପୁଲିସ ତାଙ୍କୁ ଅଟକ ରଖିବା ପରେ ଗିରଫ କରିଥିଲା। ଶନିବାର ଦିଲ୍ଲୀର ଏକ ଅଦାଲତ ତାଙ୍କୁ ₹୫୦ ହଜାରର ବଣ୍ଡ୍ ଦାଖଲ କରିବା ଏବଂ ଶାନ୍ତି ଭଙ୍ଗ ନକରିବା ସର୍ତ୍ତରେ ମୁକ୍ତ କରିବାକୁ ଆଦେଶ ଦେଇଥିଲେ। ଶୁଣାଣି ପରେ ସେ ମନ୍ଦିର ମାର୍ଗ ଥାନାରୁ ବାହାରିଥିଲେ।

ମୁକ୍ତି ପରେ ଅଭିଜିତ ସୋସିଆଲ ମିଡିଆ ‘X’ରେ ଶାହରୁଖ ଖାନଙ୍କ ଚଳଚ୍ଚିତ୍ର ‘Veer-Zaara’ର ଏକ ଦୃଶ୍ୟ ସେୟାର କରିଥିଲେ। ଏହା ସହ ସେ ଲେଖିଥିଲେ, “୨୪ ଘଣ୍ଟା ୱାଇ-ଫାଇ ଓ ଫୋନ୍ ବିନା ଜେଲ୍‌ରୁ ବାହାରିବା ପରେ କେମିତି ଲାଗେ।” ଏହି ଘଟଣାରେ ଅଲ୍ ଇଣ୍ଡିଆ ଷ୍ଟୁଡେଣ୍ଟସ୍ ଆସୋସିଏସନ୍‌ (AISA)ର ସଭାପତି ନେହା ବୋରାଙ୍କୁ ମଧ୍ୟ ଶୁକ୍ରବାର ଅଟକ ରଖାଯାଇଥିଲା। ତେବେ ସେ ଶନିବାର ସକାଳେ ମୁକ୍ତ ହୋଇଥିଲେ।

ଦିଲ୍ଲୀ ପୁଲିସ ଅନୁସାରେ, ନେହା ବୋରାଙ୍କୁ ଦିଲ୍ଲୀ ପୁଲିସ ଆଇନ ଅନୁଯାୟୀ ଆବଶ୍ୟକ ପ୍ରକ୍ରିୟା ପରେ ଛଡ଼ାଯାଇଥିବା ବେଳେ ଅଭିଜିତଙ୍କ ବିରୋଧରେ ଶାନ୍ତି ଭଙ୍ଗ ଆଶଙ୍କା ସମ୍ପର୍କିତ ଏକ ନୂଆ ମାମଲା ରୁଜୁ ହୋଇଥିଲା। ଭାରତୀୟ ନାଗରିକ ସୁରକ୍ଷା ସଂହିତା (BNSS)ର ଧାରା ୧୨୬ ଓ ୧୭୦ ଅନୁଯାୟୀ ତାଙ୍କୁ ଗିରଫ କରାଯାଇଥିବା ପୁଲିସ କହିଛି। ଅନ୍ୟପଟେ, ଜନ୍ତର ମନ୍ତରରେ ଅନଧିକୃତ ପ୍ରବେଶ ମାମଲାରେ CJP ନେତା ଆଶୁତୋଷ ରଙ୍କା ଓ ସୌରଭ ଦାସ ନ୍ୟାୟିକ ହାଜତରେ ଅଛନ୍ତି ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ