Gwalior Temple Accident: ମନ୍ଦିର କାନ୍ଥ ଭାଙ୍ଗି ଭିତରକୁ ପଶିଲା Truck, ୧୩ ଶ୍ରଦ୍ଧାଳୁଙ୍କ ମୃତ୍ୟୁ; ୩୯ ଆହତ
ମଧ୍ୟପ୍ରଦେଶର ଗ୍ୱାଲିୟରରେ ଶନିବାର ବିଳମ୍ବିତ ରାତିରେ ଏକ ଭୟାବହ ଦୁର୍ଘଟଣା ଘଟି ୧୩ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଛି ଏବଂ ଅନ୍ୟ ୩୯ ଜଣ ଆହତ ହୋଇଛନ୍ତି। ଏକ ଟ୍ରକ୍ ନିୟନ୍ତ୍ରଣ ହରାଇ ମନ୍ଦିରର କାନ୍ଥ ଓ ଫାଟକକୁ ଧକ୍କା ଦେଇ ଶ୍ରଦ୍ଧାଳୁଙ୍କ ଉପରେ ମାଡ଼ିଯାଇଥିଲା।
ସୂଚନା ଅନୁସାରେ, ଶ୍ରଦ୍ଧାଳୁମାନେ ଶୀତଳା ମାତା ମନ୍ଦିରକୁ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଟ୍ରକ୍ଟି ନିୟନ୍ତ୍ରଣ ହରାଇ ମନ୍ଦିର ପାଚେରି ଓ ଫାଟକ ଭାଙ୍ଗି ଲୋକଙ୍କ ଉପରେ ଚଢ଼ିଯିବାରୁ ଅନେକ ଲୋକ ମୃତାହତ ହୋଇଥିଲେ। ଆହତମାନଙ୍କୁ ଚିକିତ୍ସା ପାଇଁ ନିଆଯାଇଥିବା ବେଳେ ଘଟଣାକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

