Puri Jagannath Darshan: ସକାଳ ୮ଟା ପରେ ମହାପ୍ରଭୁଙ୍କ ସାଧାରଣ ଦର୍ଶନ, ସ୍ୱତନ୍ତ୍ର ନୀତି ପାଇଁ ସମୟ ପରିବର୍ତ୍ତନ
ପୁରୀ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ଯୋଗୁଁ ଆଜି ସକାଳ ୮ଟା ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସର୍ବସାଧାରଣ ଦର୍ଶନ ଉପଲବ୍ଧ ହେବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଭକ୍ତମାନେ ଶୃଙ୍ଖଳିତ ଭାବେ ଦର୍ଶନ କରିବା ସହ ପ୍ରଶାସନକୁ ସହଯୋଗ କରିବାକୁ ଅନୁରୋଧ କରାଯାଇଛି।
ସୂଚନାଯୋଗ୍ୟ, ଶାରଦୀୟ ନବରାତ୍ରିର ନବମୀ ତିଥି ଅବସରରେ ସୋମବାର ଶ୍ରୀମନ୍ଦିରରେ ମା’ ବିମଳା ଦେବୀଙ୍କ ଷୋଳପୂଜା ସମ୍ବନ୍ଧୀୟ ବିଶେଷ ନୀତି ଅନୁଷ୍ଠିତ ହୋଇଛି। ଏହି ସ୍ୱତନ୍ତ୍ର ନୀତି ଯୋଗୁଁ ସାଧାରଣ ଦର୍ଶନ ସମୟରେ ପରିବର୍ତ୍ତନ କରାଯାଇଛି।

