Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଡ଼ କେନ୍ଦୁଗୁଡା ଠାରେ ମା’ ଲଙ୍କେଶ୍ୱରୀଙ୍କ ବାର୍ଷିକ ଦଶହରା ଉତ୍ସବ।

କଳାହାଣ୍ଡି,୨୧/୧୦
କୋକସରା ବ୍ଲକ କାଉଡୋଳା ପଞ୍ଚାୟତ ଅନ୍ତର୍ଗତ ବଡ଼କେନ୍ଦୁଗୁଡ଼ା ଠାରେ ମା’ ଲଙ୍କେଶ୍ୱରୀଙ୍କ ପବିତ୍ର ବାର୍ଷିକ ଦଶହରା ଉତ୍ସବ ଅବସରରେ ମଙ୍ଗଳବାର ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ଯୋଗଦେଇ ମା ଲଙ୍କେଶ୍ୱରୀ ଙ୍କ ଦର୍ଶନ କରିବା ସହ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମର ସଭାପତି ଶ୍ରୀଯୁକ୍ତ ଆଦିତ୍ୟ କୁମାର ପଣ୍ତାଙ୍କ ସଭାପତିତ୍ବ ରେ ଧର୍ମଗଡ଼ ବିଧାୟକ ସୁଧିର ରଞ୍ଜନ ପାଟ୍ଟଯୋଶୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ମୂଖ୍ୟବକ୍ତା ଭାବେ ସମାଜସେବୀ ଜିତେନ୍ଦ୍ର ପଣ୍ଡା,ସମ୍ମାନିତ ଅତିଥି ଭାବେ ଜିଲ୍ଲା ଆଦିବାସୀ ମୋର୍ଚ୍ଚା ସଭାପତି ତ୍ରିନାଥ ଶବର, ଜିଲ୍ଲା ଆଦିବାସୀ ମୋର୍ଚ୍ଚା ସମ୍ପାଦକ ସନ୍ତୋଷ କୁମାର ମାଝୀ, ଆମପାଣି ମଣ୍ଡଳ ସଭାପତି ମଧୁବନ ପାତ୍ର,ବିଜେପି ଜିଲ୍ଲା ପ୍ରତିନିଧି ଅର୍ଜୁନ ଭାଟି, ଆମପାଣି ମଣ୍ଡଳ ଯୁବ ମୋର୍ଚ୍ଚା ସଭାପତି ତ୍ରିଲୋକ୍ୟ ବେଶ୍ରା,ସମାଜ ସେବୀ ହେମନ୍ତ ହଂସଙ୍କ ସମେତ କାଉଡୋଳା ସରପଞ୍ଚ ଦେବିସିଂ ତାଣ୍ଡି, ସମିତି ସଭ୍ୟା ବୈଦେହୀ ବେଶ୍ରା ସମେତ ୱାର୍ଡ ସଦସ୍ୟମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମର ଗରିମା ବୃଦ୍ଧି କରିଥିଲେ। ଏପରି ଉତ୍ସବ ଆମ ଅଞ୍ଚଳର ଗୌରବମୟ ପରମ୍ପରାକୁ ଉଜ୍ଜୀବିତ କରିବା ସହ ସାମାଜିକ ଏକତା, ଭାଇଚାରା ଓ ସାଂସ୍କୃତିକ ଐତିହ୍ୟକୁ ଆହୁରି ସୁଦୃଢ଼ କରିଥାଏ ବୋଲି ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ