Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୁଶୁଣ୍ଢୀ ଗଜଲକ୍ଷ୍ମୀ ପୂଜା 25 ରୁ ନଭେମ୍ବର 4 ପର୍ଯ୍ୟନ୍ତ ଚାଲିବାକୁ ଥିବା ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସଭାଗୃହରେ ଶନିବାର ମୁଶୁଣ୍ଢୀ ଠାରେ ଆୟୋଜିତ ହେବାକୁ ଥିବା 44 ତମ ଗଜଲଷ୍ମୀ ପୂଜା କମିଟି ତରଫରୁ ଏକ ଖବର ଦାତା ସମ୍ବିଲନି ଅନୁଷ୍ଠିତ ହୋଇଯାଇଛି l ଗଜଲଷ୍ମୀ ପୂଜା କମିଟି ସଭାପତି ତଥା ଜିଲ୍ଲା ପରିଷଦ ସଭ୍ୟ ଲଵକୁମାର ସାହୁ, ବରିଷ୍ଟ ସଦସ୍ୟ ସତ୍ୟଞ୍ଜୀବ ମିଶ୍ର, ସତ୍ୟମୋହନ ବେଦପାଣି, ଚିରଞ୍ଜିବି ମିଶ୍ର, ବିଦ୍ୟାଧର ଖୁର୍ଡିଆ , ଧନଞ୍ଜୟ ସାହୁ ପ୍ରମୁଖ ଯୋଗ ଦେଇ ଆୟୋଜିତ ହେବାକୁ ଥିବା ମୁଶୁଣ୍ଢୀ 44 ତମ ଗଜଲଷ୍ମୀ ପୂଜା ବିଷୟ ରେ ସୂଚନା ଦେଇଥିଲେ l 25 ତାରିଖ ରୁ ଆରମ୍ଭ ହୋଇ ନଭେମ୍ବର 4 ତାରିଖ ପର୍ଯ୍ୟନ୍ତ 11 ଦିନ ଧରି ଗଜଲଷ୍ମୀ ପୂଜା ଅନୁଷ୍ଠିତ ହେବାକୁ ଥିବା ବେଳେ ରବିବାର କଳସ ଶୋଭାଯାତ୍ରା, 26 ତାରିଖ ରୁ 3 ତାରିଖ ପର୍ଯ୍ୟନ୍ତ ମା ଲଷ୍ମୀ ଙ୍କୁ ପୂଜା ଉତ୍ସବ ଜାରି ରହିବ , ତା ସହିତ ପଣ୍ଡିତ ଅଜିତ ଦାସ ଙ୍କ କଣ୍ଠ ରେ ନବାହ ପରାୟଣ ଅନୁଷ୍ଠିତ ହେବ l ଏହାର ମୁଖ୍ୟ ଆକର୍ଷଣ ହେଉଛି ମୁରାସୁର ଦରବାର l 9 ଦିନ ବ୍ୟାପି ମୁରାସୁର ରାଜ ଚଳିବ ଏବଂ ରାଜ ଦରବାର କୁ ବିଭିନ୍ନ ନେତା, ରାଜନେତା, ଅଭିନେତା, ସାମ୍ବାଦିକ ଏବଂ ବିଭିନ୍ନ କ୍ଷେତ୍ର ରେ ନିଜକୁ ପ୍ରତିଷ୍ଠିତ କରିପାରିଥିବା ବ୍ୟକ୍ତି ବିଶେଷ ଦରବାର ରେ ରାଜ ଅତିଥି ଭାବେ ଯୋଗଦେବେ l ଅନ୍ୟ ବର୍ଷ ମାନଙ୍କରେ ଲକ୍ଷାଧିକ ଭକ୍ତ ସାମିଲ ହେଉଥିବାରୁ ଭିଡ କୁ ନିୟନ୍ତ୍ରଣ ଏବଂ ରାଜ ଦରବାର କୁ ଶୃଙ୍ଖଳିତ କରିବା ଉଦେଶ୍ୟ ରେ ଚଳିତ ବର୍ଷ ନୁଆଁକରି ଏକ ରଙ୍ଗମହଲ ଅନୁଷ୍ଠିତ ହେବ l ଏଥିରେ ରାଜ୍ୟ ସରକାର ଙ୍କ ସାଂସ୍କୃତିକ ବିଭାଗ ଏବଂ ଅଞ୍ଚଳ ର ବଛା ବଚ୍ଛା କଳାକାର ନିଜ ନିଜ ପ୍ରତିଭା ପ୍ରଦର୍ଶନ କରିପାରିବେ ବୋଲି କମିଟି ତରଫରୁ ସୂଚନା ଦେଇଥିଲେ l ଚଳିତ ବର୍ଷ ପୂଜା କୁ ଶାନ୍ତି ଶୃଙ୍ଖଳା ପାଇଁ ଯାତ୍ରା ପଡିଆ, ରାସ୍ତା, ପୂଜା ମଣ୍ଡପ, ପ୍ରସାଦ ମଣ୍ଡପ ସହିତ ସଂସ୍କୃତ୍ତିକ ସ୍ଥଳ ଆଦି କୁ ସିସି କ୍ୟାମେରା ଦ୍ୱାରା ନଜର ରଖିବା ସହିତ 2 ପ୍ଲାଟୁନ ପୁଲିସ ଫୋର୍ସ ସହ ଆରକ୍ଷୀ ବାହିନୀ ର ସହଯୋଗ ନିଆଯାଇଛି l ଏହି କମିଟି ତରଫରୁ ମୃଶୁଣ୍ଢୀ ଠାରେ କମିଟି ଓ ବଦାନ୍ୟ ବ୍ୟକ୍ତି ଙ୍କ ସହଯୋଗ ରେ ମା ଲଷ୍ମୀ ଙ୍କ ଏକ ଭଵ୍ୟ ମନ୍ଦିର ନିର୍ମାଣ ଚାଳିଥିବା କଥା ସୂଚନା ଦେଇଥିଲେ l ଏହି ଅବସର ରେ ଅପେରା ଆସନ୍ତା 30 ତାରିଖ ରୁ 3 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ l ଚଳିତ ବର୍ଷ ମୁଖ୍ୟ ଆକର୍ଷଣ ଜଳପରି ବୋଲି କମିଟି ସଭାପତି ସୂଚନା ଦେଇଥିଲେ l ଶେଷରେ କମିଟି ସଦସ୍ୟ ବିଦ୍ୟାଧର ଖୁଡିଆ ଧନ୍ୟବାଦ ଅର୍ପଣ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ