Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅବହେଳିତ ବାଗବର ପଞ୍ଚାୟତ ର ପାର୍ବତୀ ଗିରି ବୃହତ ଜଳସେଚନ ପ୍ରକଳ୍ପ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ବାଗବର ଗ୍ରାମ ପଞ୍ଚାୟତ ବୁରୋଘଟ ଖମେଶ୍ୱରିପାଲି ମଝିରେ ଥିବା ପାର୍ବତୀ ଗିରି ବୃହତ୍ ଜଳସେଚନ ପ୍ରକଳ୍ପ ତତ୍ କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଦ୍ଵାରା ଉଦଘାଟିତ ହୋଇଥିବା ବେଳେ ଚଳିତ ସରକାର ଚାଷୀଙ୍କୁ ପାଣି ଦେବାରେ ସମ୍ପୂର୍ଣ ବିଫଳ ହୋଇଛନ୍ତି l ସମୁଦାୟ ୧୫୨୧.୬୯ହେକ୍ଟର ଚାଷ ଜମିକୁ ପାଣି ଦେବାର ବ୍ୟବସ୍ଥା ଥିବାବେଳେ ଇଣ୍ଟେକୱେଲ୍ ରେ ବାଲି ଜମି ଯିବାରୁ ପାଣି ଯୋଗାଇ ପାରୁନଥିବାର ପ୍ରକାଶ କରିଥିଲେ ଏସ ଡି ଓ l ଅପର ପକ୍ଷରେ ଚାଷୀ ଏହାକୁ ସହଜରେ ଗ୍ରହଣ କରି ପାରୁନାହାନ୍ତି l ଏ ସଂକ୍ରାନ୍ତ ରେ ଚାଷୀ ମାନଙ୍କୁ ପଚାରିବାରୁ ଦୁଇ ବର୍ଷ ଧରି ଏହି ସମସ୍ୟା ଲାଗି ରହିଛି l ସରକାର ଏବଂ ସରକାରୀ କର୍ମଚାରୀ ଙ୍କ ଆନ୍ତରିକତା ଅଭାବ ପାଇଁ ଚାଷ ଜମିକୁ ପାଣି ପହଞ୍ଚି ପାରୁନାହିଁ ବୋଲି ପ୍ରକାଶ କରିଥିଲେ l କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ପାର୍ବତୀ ଗିରି ବୃହତ୍ ଜଳସେଚନ ପ୍ରକଳ୍ପ ଚାଷ ଜମିକୁ ପାଣି ଯୋଗାଇ ପାରୁନଥିବାରୁ ଚାଷ ଜମି ଫାଟି ଆଁ କଲାଣି l ମଣିଷକୃତ୍ ମରୁଡ଼ି ପରିସ୍ଥିତି ସୃଷ୍ଟି ହେଲାଣି l ଇଣ୍ଟେକ୍ୱେଲ୍ ବାଲି ଜମା କଥା କହି ମରାମତି ନକରି ପ୍ରସଙ୍ଗରୁ ଓହରି ଯାଉଥିବା ବେଳେ ଦାୟିତ୍ଵ ରେ ଥିବା କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବୀ ହେଉଛି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ