Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Cyclone Arnab Update: ଲ୍ୟାଣ୍ଡଫଲ୍‌ ପରେ ଓଡ଼ିଶା ମୁହାଁ ବାତ୍ୟା, ୪ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା

ଭୁବନେଶ୍ୱର: ବାତ୍ୟା ‘ଅର୍ଣ୍ଣବ’ର ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଶେଷ ହୋଇଛି। ଗତକାଲି ରାତିରେ ସ୍ଥଳଭାଗ ଛୁଇଁବା ପରେ ପ୍ରାୟ ସାଢ଼େ ୬ ଘଣ୍ଟା ଧରି ଚାଲିଥିବା ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇଛି। ଏବେ ବାତ୍ୟାଟି ଓଡ଼ିଶା ଆଡ଼କୁ ଗତି କରିବା ସହ ଧୀରେ ଧୀରେ ଦୁର୍ବଳ ହେବାର ଆକଳନ କରାଯାଉଛି।

ବାତ୍ୟାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର ୪ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଏନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି। କେତେକ ଅଞ୍ଚଳରେ ପବନର ପ୍ରଭାବ ମଧ୍ୟ ଅନୁଭୂତ ହୋଇପାରେ। ତେଣୁ ବାତ୍ୟା ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

ଆକଳନ ଅନୁସାରେ, ବାତ୍ୟାଟି ଓଡ଼ିଶା ଦେଇ ଛତିଶଗଡ଼ ଆଡ଼କୁ ଗତି କରିବା ସମୟରେ ଏହାର ତୀବ୍ରତା କମିବ। ତେବେ ବର୍ଷାର ପ୍ରଭାବ ରହିପାରୁଥିବାରୁ ଲୋକଙ୍କୁ ପାଣିପାଗ ବିଭାଗ ଓ ସ୍ଥାନୀୟ ପ୍ରଶାସନର ନିର୍ଦ୍ଦେଶ ମାନିବାକୁ କୁହାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ