Jio Listing: ଜିଓର ସଫଳତାରେ ନୀଳ ରଙ୍ଗରେ ଝଲସିଲା ବୁର୍ଜ ଖଲିଫା, ଲେଖାଥିଲା ‘Thank You India’
ଦୁବାଇ: ଭାରତର ଟେଲିକମ୍ କମ୍ପାନୀ ଜିଓର ଐତିହାସିକ ଷ୍ଟକ୍ ମାର୍କେଟ୍ ଲିଷ୍ଟିଂକୁ ପାଳନ କରିବା ପାଇଁ ଅକ୍ଟୋବର ୨୮ ତାରିଖରେ ଦୁବାଇର ପ୍ରସିଦ୍ଧ ବୁର୍ଜ ଖଲିଫାକୁ ଜିଓର ସ୍ୱତନ୍ତ୍ର ନୀଳ ରଙ୍ଗର ଆଲୋକରେ ସଜାଯାଇଥିଲା। ବିଶ୍ୱର ସବୁଠାରୁ ଉଚ୍ଚ ଏହି କୋଠାଟି ଏକ ବିଶାଳ ଡିଜିଟାଲ୍ ପରଦାର ରୂପ ନେଇଥିଲା। ଏଥିରେ ଜିଓର ଲାଲ୍ ଲୋଗୋ ସହ ‘Thank you India, Jio aapne banaya’ ବାର୍ତ୍ତା ପ୍ରଦର୍ଶିତ ହୋଇଥିଲା।
ଜିଓ ପ୍ଲାଟଫର୍ମସ୍ର ଏହି ଉପଲବ୍ଧିକୁ ନେଇ ଆୟୋଜିତ ଆଲୋକ ପ୍ରଦର୍ଶନ ଭାରତୀୟ ଗ୍ରାହକଙ୍କ ପ୍ରତି କମ୍ପାନୀର କୃତଜ୍ଞତାକୁ ପ୍ରକାଶ କରିଥିଲା। ଜିଓର ଯାତ୍ରାକୁ ଆଗକୁ ବଢ଼ାଇବାରେ ଲକ୍ଷ ଲକ୍ଷ ଭାରତୀୟଙ୍କ ଅବଦାନ ରହିଛି ବୋଲି କମ୍ପାନୀ ଏହି ବାର୍ତ୍ତା ମାଧ୍ୟମରେ ସ୍ୱୀକାର କରିଥିଲା। ବୁର୍ଜ ଖଲିଫାରେ ଏହି ଆକର୍ଷଣୀୟ ପ୍ରଦର୍ଶନ ଜିଓର ସଫଳତାକୁ ଅନ୍ତର୍ଜାତୀୟ ସ୍ତରରେ ଏକ ଭିନ୍ନ ଢଙ୍ଗରେ ପ୍ରକାଶ କରିଥିଲା।

