ରଥପୁର ଛକ ର ବିଶିଷ୍ଟ ବ୍ୟବସାୟୀ ସ୍ଵାଧୀନ ଖଟୁଆ ଙ୍କ ଘର ଉପରେ ପୁଲିସର ଚଢାଉ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ସୋନପୁର – ବୀରମହାରାଜପୁର ମୁଖ୍ୟ ରାସ୍ତା ଉପରେ ଥିବା ରଥପୁର ଛକ ନିକଟରେ ରହୁଥିବା ସ୍ବାଧିନ୍ ଖଟୁଆ ନାମକ ଏକ ବିଶିଷ୍ଟ ବ୍ୟବସାୟୀଙ୍କ ଘରେ ଗୁରୁବାର ପୋଲିସ ର ଅଚାନକ ଚଢ଼ାଉ ହୋଇଥିଲା । ପ୍ରାପ୍ତ ସୂଚନା ଅନୁସାରେ ବ୍ୟବସାୟୀ ସ୍ୱାଧୀନ ଖଟୁଆ ନାମରେ ସୋନପୁର ଟାଉନ୍ ଥାନାର ଏକ ମାମଲା ରେ ଶ୍ରୀ ଖଟୁଆକୁ ପୋଲିସ୍ ଖୋଜୁଥିଲା l ଘରେ ଥିବା ନେଇ ସୋନପୁର ପୋଲିସ୍ ଗୋଇନ୍ଦା ସୁତ୍ର ଆଧାରରେ ସ୍ବାଧିନ ଖଟୁଆଙ୍କ ରଥପୁର ସ୍ଥିତ ବାସଭଵନ ରେ ରହୁଥିବା ସନ୍ଦେହରେ ସୁବର୍ଣ୍ଣପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନାରାୟଣ ନାଏକଙ୍କ ନିର୍ଦ୍ଦେଶରେ ସୋନପୁର ଥାନା ଅଧିକାରୀ ଯାଦବ ବାଘ, ବୀରମହାରାଜପୁର ଥାନା ଅଧିକାରୀ ଜଯାତି କେଶରୀ ସାହୁଙ୍କ ସମେତ 3-4 ପ୍ଲାଟୁନ ପୋଲିସ୍ ଫୋର୍ସ ଉକ୍ତଦିନ ଅଚାନକ ଚଢ଼ାଉ କରିଥିଲେ । ପୋଲିସ୍ ସ୍ବାଧିନ ଖଟୁଆଙ୍କ ଘର ଚାରିପାଖରେ ଘେରି ଯାଇଥିଲେ । କିନ୍ତୁ ଖାନତଲାସି ବେଳେ ସ୍ବାଧୀନ ଘରେ ନଥିବା ବେଳେ ସ୍ୱାଧୀନ ଫେରାର ଥିବାରୁ ପୁଲିସ ଧରିବାରେ ବିଫଳ ହୋଇଥିଲା । ଏହି ଘଟଣାଟି ବୀରମହାରାଜପୁର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ଅନୁସାରେ ସ୍ୱାଧୀନ ଖଟୁଆ ଜଣେ ନିଶା (ଗଞ୍ଜେଇ) ବେପାରୀ ଥିବା ଏବଂ ତାଙ୍କ ନାମରେ ବିଭିନ୍ନ ଥାନା ରେ ମାମଲା ଥିବା ବେଳେ ପୁଲିସ ସ୍ୱାଧୀନ କୁ ଧରିବାରେ ପ୍ରୟାସ କରିଥିଲେ l ତେବେ କୌଣସି ସୂତ୍ର ରୁ ସୂଚନା ପାଇ ପୋଲିସ ଫୋର୍ସ ସହିତ ଚଢ଼ାଉ କରିଥିଲା l ସ୍ୱାଧୀନ ଘରେ ନ ଥିବା ବେଳେ ତାଙ୍କ ଘରେ ମଧ୍ୟ କେହି ନ ଥିଲେ l କିନ୍ତୁ ଘର ଜଗୁଆଳି ଏବଂ କିଛି ବ୍ୟକ୍ତି ଥିବା ଜଣାଯାଇଛି l

