Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

India vs Pakistan: ଆଜି ସକାଳ ୧୧:୪୫ରେ ହଂକଂ ସିକ୍ସେସ୍‌ରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ

ନୂଆଦିଲ୍ଲୀ: ହଂକଂ ସିକ୍ସେସ୍‌ ଟୁର୍ଣ୍ଣାମେଣ୍ଟରେ ଆଜି ମୁହାଁମୁହିଁ ହେବେ ଭାରତ ଓ ପାକିସ୍ତାନ। ଅକ୍ଟୋବର ୩୦ରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତାର ପ୍ରଥମ ଦିନରେ ଗ୍ରୁପ୍‌-Cରେ ଏହି ମ୍ୟାଚ୍‌ ଖେଳାଯିବ। ଗତ ସଂସ୍କରଣର ଚାମ୍ପିୟନ ପାକିସ୍ତାନ ଟାଇଟଲ୍‌ ବଜାୟ ରଖିବା ଲକ୍ଷ୍ୟରେ ରହିଥିବା ବେଳେ ଭାରତ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଚାହିଁବ। ହଂକଂର ମଙ୍ଗ କୋକ୍‌ସ୍ଥିତ ମିଶନ ରୋଡ୍‌ ଗ୍ରାଉଣ୍ଡରେ ଅକ୍ଟୋବର ୩୦ରୁ ନଭେମ୍ବର ୧ ପର୍ଯ୍ୟନ୍ତ ଏହି ଟୁର୍ଣ୍ଣାମେଣ୍ଟ ଚାଲିବ। ଏଥିରେ ୧୨ଟି ଦଳ ଭାଗ ନେଇଥିବା ବେଳେ ଭାରତ ଓ ପାକିସ୍ତାନ ସହ UAE ଗ୍ରୁପ୍‌-Cରେ ରହିଛି।

ହଂକଂ ସିକ୍ସେସ୍‌ର ଖେଳ ଶୈଳୀ ସାଧାରଣ କ୍ରିକେଟ୍‌ଠାରୁ ଭିନ୍ନ। ପ୍ରତି ଦଳରୁ ୬ ଜଣ ଖେଳାଳି ପଡ଼ିଆକୁ ଓହ୍ଲାଉଥିବା ବେଳେ ଗୋଟିଏ ଇନିଂସ୍‌ ୬ ଓଭରର ହୋଇଥାଏ। ଏହି ଫର୍ମାଟ୍‌ରେ କମ୍‌ ସମୟ ମଧ୍ୟରେ ଅଧିକ ରନ୍‌ ସଂଗ୍ରହ କରିବାକୁ ବ୍ୟାଟର୍‌ମାନେ ଆକ୍ରମଣାତ୍ମକ ଖେଳିଥାନ୍ତି। ଭାରତ-ପାକିସ୍ତାନ ମ୍ୟାଚ୍‌ ଆଜି ଭାରତୀୟ ସମୟ ସକାଳ ୧୧ଟା ୪୫ରେ ଆରମ୍ଭ ହେବ। ପାକିସ୍ତାନ ଦଳର ନେତୃତ୍ୱ ମହମ୍ମଦ ଅବ୍ବାସ ଆଫ୍ରିଦି ନେଉଥିବା ବେଳେ ଭାରତୀୟ ଦଳର ଅଧିନାୟକ ଅଛନ୍ତି କ୍ରୁଣାଲ ପାଣ୍ଡ୍ୟା।

ମ୍ୟାଚ୍‌ର ସିଧା ପ୍ରସାରଣ ଟିଭିରେ Sony Sports Networkର Sony Sports 1 ଚ୍ୟାନେଲ୍‌ରେ ଦେଖିପାରିବେ ଦର୍ଶକ। ମୋବାଇଲ୍‌ ଓ ଲାପଟପ୍‌ରେ ଲାଇଭ୍‌ ଷ୍ଟ୍ରିମିଂ ପାଇଁ FanCode ଆପ୍‌ ଓ ୱେବସାଇଟ୍‌ର ବ୍ୟବସ୍ଥା ରହିଛି। ଭାରତୀୟ ଦଳରେ କ୍ରୁଣାଲ ପାଣ୍ଡ୍ୟା (ଅଧିନାୟକ), ରାହୁଲ ତ୍ରିପାଠୀ, ଶଶାଙ୍କ ସିଂହ, ନୀତୀଶ ରାଣା, କୁଲୱନ୍ତ ଖେଜରୋଲିଆ, ରାହୁଲ ତେୱତିଆ ଓ ଟି. ନଟରାଜନ ରହିଛନ୍ତି। ସେହିପରି ପାକିସ୍ତାନ ଦଳରେ ମହମ୍ମଦ ଅବ୍ବାସ ଆଫ୍ରିଦି (ଅଧିନାୟକ), ଅବଦୁଲ ସମଦ, ଇରଫାନ ଖାନ, ଅହମ୍ମଦ ଦାନିୟାଲ, ମହମ୍ମଦ ଶହଜାଦ, ସାଦ ମସୁଦ ଓ ଖ୍ୱାଜା ନାଫେ ସାମିଲ ଅଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories