SIR Schedule Extended: ୫ ରାଜ୍ୟରେ ନଭେମ୍ବର ୩୦ରେ ପ୍ରକାଶ ପାଇବ ଚୂଡ଼ାନ୍ତ ଭୋଟର ତାଲିକା, ଦିଲ୍ଲୀ ପାଇଁ ଡିସେମ୍ବର ୨୨
ନୂଆଦିଲ୍ଲୀ: ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ପ୍ରକ୍ରିୟାକୁ ନେଇ ନିର୍ବାଚନ କମିଶନ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ୫ଟି ରାଜ୍ୟ ଓ ଦିଲ୍ଲୀରେ SIR ସମୟସୀମା ବଢ଼ାଯାଇଛି। ନୂଆ କାର୍ଯ୍ୟସୂଚୀ ଅନୁସାରେ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ହରିୟାଣା ଓ ନାଗାଲାଣ୍ଡର ଚୂଡ଼ାନ୍ତ ଭୋଟର ତାଲିକା ନଭେମ୍ବର ୩୦ରେ ପ୍ରକାଶ ପାଇବ।
ଅନ୍ୟପଟେ, ଦିଲ୍ଲୀର ଚୂଡ଼ାନ୍ତ ଭୋଟର ତାଲିକା ଡିସେମ୍ବର ୨୨ରେ ପ୍ରକାଶ କରାଯିବ। ଏଥିସହ ଦିଲ୍ଲୀରେ ଭୋଟର ତାଲିକା ସମ୍ପର୍କରେ ଦାବି ଓ ଆପତ୍ତି ଦାଖଲ କରିବାର ଶେଷ ତାରିଖକୁ ନଭେମ୍ବର ୨୫ ପର୍ଯ୍ୟନ୍ତ ବଢ଼ାଯାଇଛି। ପୂର୍ବରୁ ଧାର୍ଯ୍ୟ ସମୟସୀମାକୁ ଆହୁରି ବଢ଼ାଇବା ନେଇ ସୁପ୍ରିମକୋର୍ଟ ପରାମର୍ଶ ଦେଇଥିଲେ।
ନିର୍ବାଚନ କମିଶନଙ୍କ ଏହି ନିଷ୍ପତ୍ତି ପରେ ସମ୍ପୃକ୍ତ ରାଜ୍ୟ ଓ ଦିଲ୍ଲୀରେ SIR ପ୍ରକ୍ରିୟା ପାଇଁ ଅଧିକ ସମୟ ମିଳିବ। ଭୋଟରମାନେ ନିଜ ନାମ ତାଲିକାରେ ରହିଛି କି ନାହିଁ ଯାଞ୍ଚ କରିବା ସହ ନାମ ସଂଶୋଧନ କିମ୍ବା ବାଦ୍ ପଡ଼ିଥିବା ନାମକୁ ନେଇ ନିର୍ଦ୍ଧାରିତ ସମୟ ମଧ୍ୟରେ ଦାବି ଓ ଆପତ୍ତି ଜଣାଇପାରିବେ।

