Parineeti Chopra Karwa Chauth: ୩୫ ହଜାର ଫୁଟ୍ ଉଚ୍ଚତାରେ ରାଘବଙ୍କ ପାଇଁ କରୱା ଚୌଥ ପାଳିଲେ ପରିଣୀତି, ସେୟାର କଲେ ଖାସ୍ ପୋଷ୍ଟ
ମୁମ୍ବାଇ: ଅଭିନେତ୍ରୀ ପରିଣୀତି ଚୋପ୍ରା ଏଥର ୩୫ ହଜାର ଫୁଟ୍ ଉଚ୍ଚତାରେ କରୱା ଚୌଥ ପାଳନ କରିଛନ୍ତି। ବିମାନ ଯାତ୍ରା ସମୟରେ ସେ ନିଜ ସ୍ୱାମୀ ରାଘବ ଚଢ଼ାଙ୍କ ପାଇଁ ଏକ ଖାସ୍ ସୋସିଆଲ ମିଡିଆ ପୋଷ୍ଟ ସେୟାର କରିଥିଲେ। ଏଥିରେ ସେ ଲେଖିଛନ୍ତି ଯେ, ସେମାନେ ଯେଉଁଠି ଏକାଠି ଅଛନ୍ତି, ସେଇଠି ହିଁ କରୱା ଚୌଥର ଉତ୍ସବ; ଏପରିକି ସେହି ସ୍ଥାନ ଆକାଶ ହୋଇଥିଲେ ମଧ୍ୟ।
ନିଜ ପୋଷ୍ଟରେ ପରିଣୀତି ରାଘବଙ୍କ ପ୍ରତି ଭଲପାଇବା ଓ କୃତଜ୍ଞତା ପ୍ରକାଶ କରିଛନ୍ତି। ରାଘବ ତାଙ୍କ ସ୍ୱପ୍ନ ପୂରଣ କରିବାରେ ସାଥ୍ ଦେଉଥିବା ସବୁଠାରୁ ଭଲ ମଣିଷ ବୋଲି ସେ ଉଲ୍ଲେଖ କରିଛନ୍ତି। ବିମାନ ଭିତରୁ ସେୟାର କରିଥିବା ଏହି ପୋଷ୍ଟ ତାଙ୍କ କରୱା ଚୌଥ ପାଳନକୁ ନେଇ ଚର୍ଚ୍ଚା ଆଣିଛି।
ସାଧାରଣତଃ ପରିବାର ସହ ଘରେ କିମ୍ବା ନିଜ ସହରରେ ଏହି ପର୍ବ ପାଳନ କରାଯାଉଥିବା ବେଳେ ପରିଣୀତିଙ୍କ ଏଥରର ଉତ୍ସବ ପାଳନର ଶୈଳୀ ଭିନ୍ନ ରହିଛି। ଯାତ୍ରା ମଧ୍ୟରେ ମଧ୍ୟ ସ୍ୱାମୀଙ୍କ ସହ ଥିବା ସମ୍ପର୍କ ଓ ଏକାଠି ରହିବାର ଭାବନାକୁ ସେ ନିଜ ପୋଷ୍ଟରେ ପ୍ରକାଶ କରିଛନ୍ତି।

