Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Chamoli Helicopter Crash: ଚମୋଲିରେ ହେଲିକପ୍ଟର ଦୁର୍ଘଟଣା, ପାଇଲଟ୍‌ଙ୍କ ସମେତ ସମସ୍ତଙ୍କ ପରିଚୟ ସାମ୍ନାକୁ ଆସିଲା

ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାର ଜୋଶୀମଠ ନିକଟ ଚାଏନ୍‌ ଗାଁ ପାଖରେ ଶୁକ୍ରବାର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ବଦ୍ରିନାଥରୁ ଦେହରାଦୁନ ଯାଉଥିବା ଏହି ହେଲିକପ୍ଟରରେ ପାଇଲଟ୍‌ଙ୍କ ସମେତ ୬ ଜଣ ଥିଲେ। ହେଲିକପ୍ଟରଟି ନିଖୋଜ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଖୋଜାଖୋଜି ଆରମ୍ଭ ହୋଇଥିଲା। ପରେ ଚାଏନ୍‌ ଗାଁ ନିକଟ ଜଙ୍ଗଲ ଅଞ୍ଚଳରୁ ଧୂଆଁ ଦେଖାଯିବା ପରେ ଦୁର୍ଘଟଣା ସନ୍ଦେହ ଦୃଢ଼ ହୋଇଥିଲା। ହେଲିକପ୍ଟରର ପାଇଲଟ୍‌ କ୍ୟାପ୍ଟେନ୍‌ ହିମାଂଶୁ ସାଭରୱାଲ (୪୮) ଦିଲ୍ଲୀର ଶାଲିମାର ବାଗ୍‌ ଅଞ୍ଚଳର ବାସିନ୍ଦା। ଅନ୍ୟ ୫ ଜଣ ଯାତ୍ରୀ ବେଙ୍ଗାଲୁରୁର ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି |

ଯାତ୍ରୀମାନଙ୍କ ନାମ ପ୍ରତାପ ବି ନିଙ୍ଗରାଜୁ (୪୧), ଅରୁଣ ସାଲୁଙ୍କେ (୪୪), ସୁଧୀର କେ (୪୯), ଏଚ୍‌ଏସ୍‌ ନଟରାଜ (୫୧) ଏବଂ ଶଙ୍କରଗୌଡ଼ା ଭିବି (୩୯) ବୋଲି ରାଜ୍ୟ ପ୍ରଶାସନ ପକ୍ଷରୁ ଜଣାଯାଇଛି। ଅରୁଣ ସାଲୁଙ୍କେ ପୋଲିସ କର୍ମଚାରୀ ହୋଇଥିବା ବେଳେ ଶଙ୍କରଗୌଡ଼ା ଜଣେ ଓକିଲ ବୋଲି ସୂଚନା ମିଳିଛି। ହେଲିକପ୍ଟରଟି Trans Bharat Aviation ପକ୍ଷରୁ ପରିଚାଳିତ ହେଉଥିଲା ଏବଂ ଏହାର ପଞ୍ଜୀକରଣ ନମ୍ବର VT-HCX ଥିଲା। ଶୁକ୍ରବାର ଅପରାହ୍ନ ୧ଟା ୧୪ରେ ବଦ୍ରିନାଥରୁ ଉଡ଼ାଣ ଆରମ୍ଭ କରିଥିବା ହେଲିକପ୍ଟରଟି ଜୋଶୀମଠ ସାମ୍ନାରେ ଥିବା ହାତୀ ପାହାଡ଼ର ଆର୍ମି ପୋଷ୍ଟ ନିକଟରେ ଶେଷଥର ପାଇଁ ଯୋଗାଯୋଗରେ ଥିଲା।

ଘଟଣା ପରେ ଜିଲ୍ଲା ପ୍ରଶାସନ, ବିପର୍ଯ୍ୟୟ ପରିଚାଳନା ବିଭାଗ, SDRF, ପୋଲିସ ଓ ସ୍ୱାସ୍ଥ୍ୟ ବିଭାଗ ମିଳିତ ଭାବେ ଉଦ୍ଧାର ଓ ଯାଞ୍ଚ କାର୍ଯ୍ୟ ଚଳାଇଛନ୍ତି। ଗୁରୁତର ଆହତଙ୍କୁ ଉନ୍ନତ ଚିକିତ୍ସା ପାଇଁ ବଡ଼ ହସ୍ପିଟାଲକୁ ନେବାକୁ ନିର୍ଦ୍ଦେଶ ଦିଆଯାଇଥିବା ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ କହିଛନ୍ତି। ଅନ୍ୟପଟେ, ଲଗାତାର ବର୍ଷା ଓ ଘନ ମେଘ ଯୋଗୁଁ ଦୃଶ୍ୟମାନତା କମିଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି। ହେଲିକପ୍ଟର ଦୁର୍ଘଟଣାର ସମ୍ପୂର୍ଣ୍ଣ ବିବରଣୀ ଜାଣିବାକୁ ଅଧିକାରୀମାନେ ତଦନ୍ତ ଓ ଯାଞ୍ଚ ଜାରି ରଖିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories