Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Kendrapara Woman Body: ଲୁଣାନଦୀ କୂଳରୁ ମିଳିଲା ମୁଣ୍ଡବିହୀନ ମହିଳାଙ୍କ ମୃତଦେହ! ହତ୍ୟା ସନ୍ଦେହ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାରେ ଲୁଣାନଦୀ କୂଳରୁ ଜଣେ ଅଜଣା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ମାର୍ଶାଘାଇ ବ୍ଲକ୍‌ ଅନ୍ତର୍ଗତ କୁଦାନଗରୀ ଥାନା ଅଞ୍ଚଳର ମାହାରାକୁଳ ନିକଟ ନଦୀକୂଳରୁ ମୃତଦେହଟି ଉଦ୍ଧାର କରାଯାଇଛି। ମହିଳାଙ୍କ ପରିଚୟ ଏଯାଏଁ ଜଣାପଡ଼ିନାହିଁ।

ମୃତଦେହ ନିକଟରେ ଏକ ଯୋଡ଼ା ଚପଲ ଓ ରକ୍ତ ଦାଗ ଥିବା ଦେଖିବାକୁ ମିଳିଛି। ଏହାକୁ ନେଇ ଘଟଣାରେ ହତ୍ୟାର ସନ୍ଦେହ ପ୍ରକାଶ ପାଇଛି। ମୃତଦେହ ମିଳିବା ଖବର ପ୍ରଚାର ହେବା ପରେ ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଥିଲା।

ମହିଳାଙ୍କ ମୃତ୍ୟୁ କେମିତି ହେଲା ଏବଂ ଏହା ପଛରେ କାହାର ସମ୍ପୃକ୍ତି ରହିଛି, ସେନେଇ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ। ମୃତଦେହର ପରିଚୟ ଜାଣିବା ସହ ଘଟଣାର କାରଣ ଖୋଜିବାକୁ ପୋଲିସ ତଦନ୍ତ କରୁଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories