Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନଳକୂପ ପାଇଁ ବ୍ଲକ ଅଧ୍ୟକ୍ଷା ଙ୍କୁ ଅଭିଯୋଗ କଲେ ଲଡୁଗାଁ କଲୋନି ପଡା ର ମହିଳା

କୋକସରା: ଖରା ର ପାରଦ ୪୧ ଡିଗ୍ରୀ ପାର ହୋଇଥିବା ବେଳେ ପାନୀୟ ଜଳ ର ଉତ୍କଟ ସମସ୍ୟା ମଧ୍ୟ ଅନେକ ସ୍ଥାନରେ ଜନସାଧାରଣ ଙ୍କୁ କଲବଳ କରିଛି। ପାଣି ମୁନ୍ଦାଏ ପାଇଁ ଲୋକଙ୍କୁ ବାର ଦୁଆର ଶୁଣ୍ଢି ପିଣ୍ଡା ହେବାକୁ ପଡୁଛି। ସ୍ଥାନୀୟ ସରପଞ୍ଚ କିମ୍ୱା ପଞ୍ଚାୟତ କର୍ମଚାରୀ ଙ୍କୁ ଅଭିଯୋଗ କଲେ କୌଣସି ସୁଫଳ ମିଳୁନାହିଁ। ଏପରି ସ୍ଥିତି ରେ କୋକସରା ବ୍ଲକ ଲଡୁଗାଁ ପଞ୍ଚାୟତ କଲୋନି ପଡା ର ମହିଳା ମାନେ ଶନିବାର କୋକସରା ବ୍ଲକ ଅଧ୍ୟକ୍ଷା ଙ୍କୁ ଭେଟି ଜଳକଷ୍ଟ ଦୁର କରିବାକୁ ଅଭିଯୋଗ କରିଛନ୍ତି।ଲଡୁଗାଁ ପଞ୍ଚାୟତ କଲୋନି ପଡା ରେ ଗୋଟିଏ ମାତ୍ର ନଳକୂପ ଓ ଗୋଟିଏ ଖୋଲା କୁଆ ରହିଥିବା ବେଳେ ପ୍ରଚଣ୍ଡ ଖରାରେ ଶୁଖି ଯାଇଛି, ନଳକୂପ ରୁ ମଧ୍ୟ ଅଳ୍ପ ଅଳ୍ପ ପାଣି ବାହାରୁଛି ଯାହାକି ପଡା ବାସୀ ଙ୍କ ପାଇଁ ଯଥେଷ୍ଟ ନୁହେଁ। ପାନୀୟ ଜଳ ଓ ନିତ୍ୟ ବ୍ୟବହାର୍ଯ୍ୟ ପାଇଁ ଆବଶ୍ୟକ ହେଉଥିବା ପାଣି ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିବା ନେଇ ଅଭିଯୋଗ କରିଛନ୍ତି। ଶନିବାର କୋକସରା ବ୍ଲକ ଅଧ୍ୟକ୍ଷା ରିତା ଅଗ୍ରୱାଲ, ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ଙ୍କୁ ଭେଟି ନଳକୂପ ଟିଏ ଦେବାକୁ ଦାବି କରିଛନ୍ତି। ଦୁଇ ଜନ ପ୍ରତିନିଧି ମଧ୍ୟ ଆସନ୍ତା ସପ୍ତାହ ମଧ୍ୟରେ ନଳକୂପ ଖୋଲିବା ପାଇଁ ମହିଳା ଙ୍କୁ ପ୍ରତିଶୃତି ଦେଇଥିବା ଜଣାପଡିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ