Sri Lanka Visa Violation: ଶ୍ରୀଲଙ୍କାରେ ଭିସା ଅବଧି ଶେଷ ପରେ ରହୁଥିଲେ ୩ ଭାରତୀୟ, ୨୧ ବିଦେଶୀ ଗିରଫ
ଶ୍ରୀଲଙ୍କା: ଶ୍ରୀଲଙ୍କାରେ ଭିସା ନିୟମ ଉଲ୍ଲଂଘନ କରି ରହୁଥିବା ୨୧ ଜଣ ବିଦେଶୀ ନାଗରିକଙ୍କୁ ପୁଲିସ ଗିରଫ କରିଛି। ଗିରଫ ହୋଇଥିବା ଲୋକଙ୍କ ମଧ୍ୟରେ ୩ ଜଣ ଭାରତୀୟ ନାଗରିକ ଅଛନ୍ତି। ମଙ୍ଗଳବାର ପୁଲିସ ଏହି ସୂଚନା ଦେଇଛି।
ପୁଲିସର ସେଣ୍ଟ୍ରାଲ୍ କ୍ରାଇମ୍ ବ୍ୟୁରୋ ପକ୍ଷରୁ ସୋମବାର ରାତିରେ କଲମ୍ବୋର ମଧ୍ୟଭାଗରେ ଥିବା ମରାଦାନା ଅଞ୍ଚଳରେ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉ ସମୟରେ ଭିସାର ସର୍ତ୍ତ ଉଲ୍ଲଂଘନ କରି ରହୁଥିବା ବିଦେଶୀ ନାଗରିକଙ୍କୁ ଚିହ୍ନଟ କରାଯାଇ ହେପାଜତକୁ ନିଆଯାଇଥିଲା।
ପୁଲିସ ଅନୁସାରେ, ଏହି ବିଦେଶୀ ନାଗରିକମାନେ ଭିସାର ଅବଧି ଶେଷ ହେବା ପରେ ମଧ୍ୟ ଶ୍ରୀଲଙ୍କାରେ ରହୁଥିଲେ। ଭିସା ନିୟମ ଉଲ୍ଲଂଘନ ଅଭିଯୋଗରେ ସେମାନଙ୍କୁ ଗିରଫ କରାଯାଇଛି।

