ପାରଳାଖେମୁଣ୍ଡି ରେ ବାତ୍ୟା ପରବର୍ତ୍ତୀ ଜଳ ସମସ୍ୟା ଦୂର ପାଇଁ SWWS ସଂସ୍ଥା ପକ୍ଷରୁ ସହରରେ ପାଣି ଟ୍ୟାଙ୍କ ଦ୍ୱାରା ପାନୀୟ ଜଳ ଯୋଗାଣ
ପାରଳାଖେମୁଣ୍ଡି:୩/୧୧(ଗରୁଡ଼ ଧ୍ଵଜ ଚୌଧୁରୀ)
ଗଜପତି ଜିଲ୍ଲାରେ ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବ ଯୋଗୁଁ ପାରଳାଖେମୁଣ୍ଡି ପୌର ପରିଷଦର ବିଭିନ୍ନ ୱାର୍ଡରେ ପାନୀୟ ଜଳ ସମସ୍ୟା ଦେଖାଦେଇଥିବା ବେଳେ ଜନସାଧାରଣଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି SWWS ସଂସ୍ଥା ପକ୍ଷରୁ ଏକ ପ୍ରଶଂସନୀୟ ପଦକ୍ଷେପ ଗ୍ରହଣ କରାଯାଇଛି।ସଂସ୍ଥା ପକ୍ଷରୁ ପାଣି ଟାଙ୍କି ମାଧ୍ୟମରେ ସହରର ବିଭିନ୍ନ ସାହି ଓ ବସ୍ତିକୁ ଯାଇ ଲୋକମାନଙ୍କୁ ପାନୀୟ ଜଳ ଯୋଗାଇ ଦିଆଯାଇଛି। ବିଶେଷକରି କଣ୍ଡରା ସାହି, ଦଣ୍ଡମୁଳା ସାହି, ସୁଭାଷ ନଗର ସମେତ ୱାର୍ଡ ନମ୍ବର ୧ ଓ ଅନ୍ୟାନ୍ୟ ୱାର୍ଡରେ ଘର ଘର ବୁଲି ପାଣି ଯୋଗାଣ କରାଯାଇଛି।ଏହି ଜନହିତକର କାର୍ଯ୍ୟକ୍ରମରେ SWWSର ପ୍ରକଳ୍ପ ନିର୍ଦ୍ଦେଶକ ଡି. ଜଗନ୍ନାଥ ରାଜୁ, ପ୍ରକଳ୍ପ ପରିଚାଳକ ପି. ସୁନୀତାଙ୍କ ସମେତ ସଂସ୍ଥାର ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ରହି ଜଳ ବଣ୍ଟନ କାର୍ଯ୍ୟରେ ସହଯୋଗ କରିଥିଲେ।ଏହି କାର୍ଯ୍ୟକ୍ରମରେ ସମାଜ ସେବୀ ଜସ୍ମିନ୍ ଶେଖ୍ ସହଯୋଗ କରିଥିଲେ, ଏ.ମମତା, ମମତା ପଟ୍ଟନାୟକ, ଲିନୁ ସୁବୁଦ୍ଧି, ଉର୍ବଶୀ ଜେନା, ମଧୁ ବରାଡ଼, ରେଣୁକା, ସାଗରିକା, ସନ୍ତୋଷ ମହାଙ୍କୁଡ଼, ସୁନୀଲଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ସକ୍ରିୟ ଭାବେ ସହଯୋଗ କରିଥିଲେ।ବାତ୍ୟା ପରବର୍ତ୍ତୀ ସମୟରେ ପାନୀୟ ଜଳ ପାଇଁ ହଇରାଣ ହେଉଥିବା ଲୋକମାନେ SWWS ସଂସ୍ଥାର ଏହି ସହଯୋଗ ଦ୍ୱାରା ବେଶ୍ ଉପକୃତ ହୋଇଛନ୍ତି। ସଂସ୍ଥାର ଏଭଳି ମାନବିକତା, ସାମାଜିକ ଦାୟିତ୍ୱବୋଧ ଓ ଜନସେବାମୂଳକ ପଦକ୍ଷେପକୁ ସ୍ଥାନୀୟ ଲୋକେ ଭୂୟସୀ ପ୍ରଶଂସା କରିବା ସହିତ SWWSର ପ୍ରକଳ୍ପ ନିର୍ଦ୍ଦେଶକ, ପ୍ରକଳ୍ପ ପରିଚାଳକ ଓ ସମସ୍ତ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

