Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଖବର ପ୍ରସାରଣ ପରେ,କ୍ୟାନସର ଯନ୍ତ୍ରଣା ରେ ଅସହାୟ ଳକ୍ଷ୍ମଣ ଙ୍କ ପାଖରେ ପହଞ୍ଚିଲା ପ୍ରଶାସନ।

କୋକସରା:୧୦/୦୬ : କୋକସରା ବ୍ଲକ ଡୁଡୁକାଠେଙ୍ଗା ପଞ୍ଚାୟତ ଖଲିଗଡ଼ ନୂଆପଡା ଗ୍ରାମର ଲକ୍ଷ୍ମଣ ମାଝୀ (୬୫) କ୍ୟାନସର ରୋଗ ରେ ପୀଡିତ ହୋଇ ଅସହାୟ ଅବସ୍ଥାରେ କଟା ଗୋଡରେ ଅସହ୍ୟ ଯନ୍ତ୍ରଣା ଭୋଗୁଥିବା ନେଇ ଶନିବାର ଓଡିଶା ନ୍ୟୁଜ ୱେବ ପୋର୍ଟାଲ ରେ ଏକ ଶୀର୍ଷକ “ଯନ୍ତ୍ରଣା ରେ ଛଟପଟ କ୍ୟାନସର ପିଡ଼ିତ ଲକ୍ଷ୍ମଣ” ଖବର ପ୍ରକାଶିତ ପରେ କୋକସରା ବ୍ଲକ ପ୍ରଶାସନ ତ୍ୱରିତ ପଦକ୍ଷେପ ନେଇ ଶନିବାର ସନ୍ଧ୍ୟାରେ ଲକ୍ଷ୍ମଣ ମାଝୀ ଙ୍କ ନିକଟରେ ପହଞ୍ଚି ସହାୟତା ର ହାତ ବଢ଼ାଇଛନ୍ତି। ବ୍ଲକ ସାମଜିକ ସୁରକ୍ଷା ଅଧିକାରୀ ଦୀପକ କୁମାର ବେହେରା ଓ ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ଯୁବ ସମାଜସେବୀ ସଞ୍ଜୟ ସିଙ୍ଘଲ,ପୀଡିତ ଲକ୍ଷ୍ମଣ।ମାଝୀ ଙ୍କ ଘରେ ପହଞ୍ଚି ହ୍ବିଲ ଚେୟାର, ମଧୁବାବୁ ପେନସନ ଯୋଜନା ରେ ଭତ୍ତା, ସହ ଚିକିତ୍ସା ପାଇଁ ବ୍ଲକ ଉପାଧ୍ୟକ୍ଷ ଶ୍ରୀ ଅଗ୍ରୱାଲ ଶୀଘ୍ର ବ୍ୟବସ୍ଥା କରିବାକୁ ପ୍ରତିଶୃତି ଦେବାସହ କିଛି ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରିଛନ୍ତି। ବ୍ଲକ ପ୍ରଶାସନ ର ନଜର ରେ ଆସିବା ପରେ ତ୍ୱରିତ ପଦକ୍ଷେପ ନେଇ ସହାୟତା ଯୋଗାଇ ଦେଇଥିବାରୁ ପୀଡିତ ଲକ୍ଷ୍ମଣ ମାଝୀ ଓ ତାଙ୍କ ପରିବାର ପ୍ରଶାସନ ନିକଟରେ କୃତଜ୍ଞତା ଜଣାଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ