ମୁଖ୍ୟମନ୍ତ୍ରୀଙ୍କ Lunch Video ଉପରେ Government Notice! Instagramରେ not available in India, ହେଲେ Trumpଙ୍କୁ Dustbinରେ ଫିଙ୍ଗିବା ଭିଡିଓକୁ ନେଇ ନାହିଁ ରୋକ୍!
ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ବନ୍ୟାଞ୍ଚଳ ଗସ୍ତ ସମୟରେ ‘ଲଞ୍ଚ୍ କେଉଁଠି କରିବେ?’ ବୋଲି ଏକ ବ୍ୟଙ୍ଗାତ୍ମକ ଭିଡିଓକୁ ନେଇ ଏବେ ନୂଆ ବିବାଦ। ଏହି ଭିଡିଓକୁ ଏକାଧିକ Instagram ଆକାଉଣ୍ଟରୁ ହଟାଇ ଦିଆଯାଇଥିବା ଅଭିଯୋଗ ଆସିଛି। ଏପରିକି Odisha.Newsର Instagram ଆକାଉଣ୍ଟରେ ୧ ନଭେମ୍ବର ୨୦୨୬ରେ ଏକ ନୋଟିସ୍ ଦେଖିବାକୁ ମିଳିଛି। ଏଥିରେ ସ୍ପଷ୍ଟ ଉଲ୍ଲେଖ ରହିଛି ଯେ, ଭାରତ ସରକାର କିମ୍ବା ଆଇନ ପ୍ରବର୍ତ୍ତନକାରୀ ସଂସ୍ଥାଙ୍କ ନୋଟିସ୍ ଆଧାରରେ Information Technology Actର Section 79(3)(b) ଅନୁଯାୟୀ ଭାରତରେ ଏହି ପୋଷ୍ଟକୁ ବ୍ଲକ୍ କରାଯାଇଛି। ଅର୍ଥାତ୍ ଏହା ସାରା ବିଶ୍ୱରୁ ଡିଲିଟ୍ ହୋଇନାହିଁ, କେବଳ ଭାରତରେ ଏହାର ପ୍ରବେଶକୁ ସୀମିତ କରାଯାଇଛି।
ଉଲ୍ଲେଖଯୋଗ୍ୟ ଯେ, ଭାରତ ସରକାର ୨୦୨୫ରେ IT Rulesରେ ସଂଶୋଧନ ଆଣିଥିଲେ, ଯାହା ୧୫ ନଭେମ୍ବର ୨୦୨୫ରୁ ଲାଗୁ ହୋଇଥିଲା। ଏହି ନିୟମ ଅନୁସାରେ କଣ୍ଟେଣ୍ଟ ହଟାଇବା ପାଇଁ ଅଧିକୃତ ବରିଷ୍ଠ ଅଧିକାରୀଙ୍କ ଯୁକ୍ତିଯୁକ୍ତ ନୋଟିସ୍, ନିର୍ଦ୍ଦିଷ୍ଟ କଣ୍ଟେଣ୍ଟର ପରିଚୟ ଓ ନିୟମିତ ସମୀକ୍ଷା ଭଳି ବ୍ୟବସ୍ଥା ରହିଛି। ଏହାର ଉଦ୍ଦେଶ୍ୟ କଣ୍ଟେଣ୍ଟ ହଟାଇବା ପ୍ରକ୍ରିୟାରେ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ଆଣିବା।
ଅନ୍ୟପଟେ, ଭାରତରେ ଥିବା ଇରାନ ଦୂତାବାସ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ‘Hazardous Waste’ ଲେଖାଥିବା ଡଷ୍ଟବିନ୍ରେ ଫିଙ୍ଗାଯାଉଥିବା ଏକ ବ୍ୟଙ୍ଗାତ୍ମକ ଭିଡିଓ ସେୟାର କରିଛି। ଏହି ଭିଡିଓକୁ ନେଇ କୌଣସି ସମାନ ପ୍ରକାରର ଭାରତୀୟ ଆଞ୍ଚଳିକ ବ୍ଲକିଂ ନୋଟିସ୍ ସାମ୍ନାକୁ ଆସିନାହିଁ। ତେବେ ରାଜନୀତିରେ ବ୍ୟଙ୍ଗ ଓ ସମାଲୋଚନାକୁ ନେତାମାନେ କ୍ରୀଡ଼ା ମନୋଭାବରେ ଗ୍ରହଣ କରିବା ଉଚିତ୍। ଗଣତନ୍ତ୍ରରେ ସରକାରଙ୍କୁ ପ୍ରଶ୍ନ କରିବା ଓ ରାଜନୈତିକ ବ୍ୟଙ୍ଗ କରିବାର ସ୍ୱାଧୀନତା ରହିବା ଆବଶ୍ୟକ। ତେବେ ଗୋଟିଏ ପଟେ ମୁଖ୍ୟମନ୍ତ୍ରୀଙ୍କୁ ନେଇ ଏକ ବ୍ୟଙ୍ଗାତ୍ମକ ଭିଡିଓ ଭାରତରେ ବ୍ଲକ୍ ହେଉଥିବା ବେଳେ ଅନ୍ୟପଟେ ବିଦେଶୀ ରାଷ୍ଟ୍ରମୁଖ୍ୟଙ୍କୁ ନେଇ ଏପରି ବ୍ୟଙ୍ଗାତ୍ମକ କଣ୍ଟେଣ୍ଟ ପ୍ରସାରିତ ହେବା ନିଶ୍ଚିତ ଭାବେ ଏକ ବଡ଼ ପ୍ରଶ୍ନ ଉଠାଉଛି। ଭାରତରେ ମଧ୍ୟ ରାଜନୈତିକ ବ୍ୟଙ୍ଗ ପ୍ରତି ଅଧିକ ଉଦାର ମନୋଭାବ ରହିବା ଉଚିତ୍ ନୁହେଁ କି?

