ବ୍ଳକ ସ୍ତରୀୟ କୃଷକ ସଚେତନତା ଅଭିଯାନ


କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଳକ ଆତ୍ମା ସଭାଗୃହ ଠାରେ ଦୁଇଦିନିଆ ବ୍ଲକ ସ୍ତରୀୟ କୃଷକ ସଚେତନତା ଅଭିଯାନ ଶନିବାର ଉଦଯାପିତ ହୋଇଯାଇଛି।ଏଥିରେ ଆତ୍ମା ଅଧ୍ୟକ୍ଷ ଗୌର କିଶୋର ରଣା, ଭାରପ୍ରାପ୍ତ ଏଏଓ ଅରୁଣ ଚନ୍ଦ୍ର ପାଢ଼ୀ,,ଇଫାକୋ ର ଜିଲ୍ଲା କ୍ଷେତ୍ର ଅଧିକାରୀ ଗଣେଷ ପ୍ରସାଦ ପାଢ଼ୀ, ଥୁଆମୁଲ ରାମପୁର ବ୍ଲକ କୃଷି ଅଧିକାରୀ ସିଦ୍ଧାର୍ଥ ଶେଖର ଜେନା ,ଜିଲ୍ଲା ପରିଷଦ ସଭ୍ୟ ସୁରେଶ ଚୌଧୁରୀ ପ୍ରମୁଖ ଯୋଗ ଦେଇ କୃଷକମାନେ କିଭଳି ନମୁନା ମୃତ୍ତିକା ସଂଗହ୍ ଓ ସର ବିହନ ରଖିବେ ସେ ଉପରେ ସଚେତନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଏଟିଏମ୍ ଶ୍ୟାମ ପଦ ଭଞ୍ଜ ସହଯୋଗ କରିଥିଲେ।