Delhi University: ଛାତ୍ରୀଙ୍କୁ ଯୌନ ଉତ୍ପୀଡ଼ନ ଅଭିଯୋଗ, ଦୌଲତ ରାମ କଲେଜ ପ୍ରଫେସର ଛୁଟିରେ
ନୂଆଦିଲ୍ଲୀ: ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଦୌଲତ ରାମ କଲେଜର ଜଣେ ପ୍ରଫେସରଙ୍କ ବିରୋଧରେ ଜଣେ ଛାତ୍ରୀ ଯୌନ ଉତ୍ପୀଡ଼ନ, ଅସଦାଚରଣ ଏବଂ ପରୀକ୍ଷାରେ ଫେଲ୍ କରାଇବାକୁ ଧମକ ଦେବା ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ ପରେ ପ୍ରଫେସରଙ୍କୁ ଛୁଟିରେ ପଠାଯାଇଛି।
କଲେଜର ଆଭ୍ୟନ୍ତରୀଣ ଅଭିଯୋଗ କମିଟି (ICC) ଏହି ମାମଲାର ତଦନ୍ତ କରୁଛି। ବୁଧବାର ବିଶ୍ୱବିଦ୍ୟାଳୟର ଅଧିକାରୀମାନେ ଏନେଇ ସୂଚନା ଦେଇଛନ୍ତି।
ଅଭିଯୋଗରେ ଛାତ୍ରୀ ଉଠାଇଥିବା ଅଭିଯୋଗଗୁଡ଼ିକର ଯାଞ୍ଚ ଚାଲିଥିବା ବେଳେ, ତଦନ୍ତ ଶେଷ ହେବା ପରେ ମାମଲାରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ।

