Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Kedara Gouri Temple: ଓଡ଼ିଶାର କେଦାରଗୌରୀ ମନ୍ଦିରକୁ ମିଳିଲା ରାଜ୍ୟ ସଂରକ୍ଷିତ କୀର୍ତ୍ତିର ମାନ୍ୟତା

ଭୁବନେଶ୍ୱର: ଭୁବନେଶ୍ୱରର ଐତିହାସିକ କେଦାରଗୌରୀ ମନ୍ଦିରକୁ ମିଳିଛି ନୂଆ ମାନ୍ୟତା। ପୁରୁଣା ଭୁବନେଶ୍ୱରର ଏହି ପ୍ରସିଦ୍ଧ ମନ୍ଦିର ପରିସରକୁ ରାଜ୍ୟ ସଂରକ୍ଷିତ କୀର୍ତ୍ତି ଭାବେ ଘୋଷଣା କରାଯାଇଛି। ଏନେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଗେଜେଟ୍‌ ବିଜ୍ଞପ୍ତି ଜାରି ହୋଇଛି। ଓଡ଼ିଶା ପ୍ରାଚୀନ ସ୍ମାରକୀ ସଂରକ୍ଷଣ ଆଇନ, ୧୯୫୬ ଅନୁଯାୟୀ ଏହି ମାନ୍ୟତା ଦିଆଯାଇଛି।

କେଦାରଗୌରୀ ମନ୍ଦିରର ଐତିହାସିକ, ଧାର୍ମିକ ଓ ସାଂସ୍କୃତିକ ମହତ୍ତ୍ୱ ରହିଛି। ଓଡ଼ିଶାର ପ୍ରାଚୀନ ମନ୍ଦିର ସ୍ଥାପତ୍ୟ ଏବଂ କଳିଙ୍ଗ ଶୈଳୀର ପରମ୍ପରା ସହ ଏହି ମନ୍ଦିର ଜଡ଼ିତ। ରାଜ୍ୟ ସଂରକ୍ଷିତ କୀର୍ତ୍ତିର ମାନ୍ୟତା ମିଳିବା ପରେ ମନ୍ଦିରର ଐତିହ୍ୟ ଓ ପୁରୁଣା ସ୍ଥାପତ୍ୟକୁ ସୁରକ୍ଷା ଦେବା ପାଇଁ ଆଇନଗତ ବ୍ୟବସ୍ଥା ଅଧିକ ସୁଦୃଢ଼ ହୋଇଛି।

ଏହି ମାନ୍ୟତା କେବଳ ମନ୍ଦିରର ଧାର୍ମିକ ଗୁରୁତ୍ୱକୁ ନୁହେଁ, ବରଂ ଓଡ଼ିଶାର ପ୍ରାଚୀନ ଇତିହାସ, କଳା ଓ ସଂସ୍କୃତିର ପରିଚୟକୁ ମଧ୍ୟ ସ୍ୱୀକୃତି ଦେଇଛି। ଏହା ପୂର୍ବରୁ ରାଜ୍ୟରେ ୨୧୨ଟି ସଂରକ୍ଷିତ କୀର୍ତ୍ତି ଥିଲା। କେଦାରଗୌରୀ ମନ୍ଦିର ପରିସର ଏହି ତାଲିକାରେ ଯୋଡ଼ି ହେବା ପରେ ଏବେ ଓଡ଼ିଶାର ମୋଟ ରାଜ୍ୟ ସଂରକ୍ଷିତ କୀର୍ତ୍ତି ସଂଖ୍ୟା ୨୧୩ ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories