Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

India-Sri Lanka Cricket: ଦିଲ୍ଲୀର ପ୍ରଦୂଷଣ ଯୋଗୁଁ ବଦଳିଲା ଭାରତ-ଶ୍ରୀଲଙ୍କା ପ୍ରଥମ ଦିନିକିଆର ସ୍ଥାନ

ନୂଆଦିଲ୍ଲୀ: ଦିଲ୍ଲୀର ବାୟୁ ପ୍ରଦୂଷଣକୁ ନେଇ ଭାରତ-ଶ୍ରୀଲଙ୍କା କ୍ରିକେଟ୍‌ ସିରିଜ୍‌ର ପ୍ରଥମ ମ୍ୟାଚ୍‌ର ସ୍ଥାନ ପରିବର୍ତ୍ତନ କରାଯାଇଛି। ଡିସେମ୍ବରରେ ଶ୍ରୀଲଙ୍କା ଦଳ ଭାରତ ଗସ୍ତରେ ଆସି ହ୍ୱାଇଟ୍‌ ବଲ୍‌ ସିରିଜ୍‌ ଖେଳିବ। ଏହି ସିରିଜ୍‌ରେ ଦିନିକିଆ ଓ ଟି-୨୦ ମ୍ୟାଚ୍‌ ରହିଛି। ଏହାର ଆରମ୍ଭ ଡିସେମ୍ବର ୧୩ ତାରିଖରୁ ଦିନିକିଆ ସିରିଜ୍‌ ସହ ହେବ।

ସୂଚନା ଅନୁସାରେ, ସିରିଜ୍‌ର ପ୍ରଥମ ଦିନିକିଆ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମ୍‌ରେ ଖେଳାଯିବାର ଥିଲା। କିନ୍ତୁ ଦିଲ୍ଲୀରେ ବଢ଼ୁଥିବା ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ମ୍ୟାଚ୍‌କୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଏବେ ଏହି ମ୍ୟାଚ୍‌ ବିଶାଖାପଟ୍ଟନମ୍‌ରେ ଖେଳାଯିବ।

ଦିଲ୍ଲୀର ପ୍ରଦୂଷିତ ବାୟୁ ଯୋଗୁଁ ମ୍ୟାଚ୍‌ର ସ୍ଥାନ ବଦଳାଇବାକୁ ପଡ଼ିଥିବା ଖବର ସାମ୍ନାକୁ ଆସିଛି। ତେବେ ମ୍ୟାଚ୍‌ର ତାରିଖ ଡିସେମ୍ବର ୧୩ ରହିବ ବୋଲି ଦିଆଯାଇଥିବା ସୂଚନାରେ କୁହାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ