Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାରଳାଖେମୁଣ୍ଡି ଠାରେ ଗଜପତି ଜିଲ୍ଲାସ୍ତରୀୟ ମାଣ୍ଡିଆ ଦିବସ ଓ ଶ୍ରୀଅନ୍ନ ଅଭିଯାନ ପାଳିତ

ପାରଳାଖେମୁଣ୍ଡି:୬/୧୧(ଗରୁଡ଼ ଧ୍ଵଜ ଚୌଧୁରୀ)
ଗଜପତି ଜିଲ୍ଲା କୃଷି ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ମାଣ୍ଡିଆ ଦିବସ ତଥା ‘ଶ୍ରୀ ଅନ୍ନ ଅଭିଯାନ’ ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ଠାରେ ପାଳିତ ହୋଇଯାଇଛି। ଆସନ୍ତା ନଭେମ୍ବର ୧୦ ଓ ୧୧ ତାରିଖରେ ରାଜ୍ୟସ୍ତରୀୟ ଶ୍ରୀଅନ୍ନ ସମ୍ପର୍କିତ ଅନ୍ତର୍ଜାତୀୟ ସମ୍ମିଳନୀ ଆୟୋଜନ ପରିପ୍ରେକ୍ଷୀରେ ଏହି କାର୍ଯ୍ୟକ୍ରମ ସହିତ ସହନଶୀଳ ଖାଦ୍ୟ ପ୍ରଣାଳୀ ପାଇଁ ଗୋଷ୍ଠୀଭିତ୍ତିକ ବିହନ ବ୍ୟବସ୍ଥା ଓ କୃଷି ଜୈବ ବିବିଧତା ସମ୍ପର୍କିତ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା।ଉକ୍ତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମୁନିନ୍ଦ୍ର ହୋନନାଗାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ପାରଳାଖେମୁଣ୍ଡି ବିଧାୟକ ଶ୍ରୀ ରୂପେଶ କୁମାର ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଗୁମ୍ମା ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ସୁନେମୀ ମଣ୍ଡଳ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ରବୀନ୍ଦ୍ର କୁମାର ଆଡେକ୍, ଅତିରିକ୍ତ ମତ୍ସ୍ୟ ଅଧିକାରୀ ଶ୍ରୀ ନିରୋଦ ଚନ୍ଦ୍ର ନାୟକ, ଉଦ୍ୟାନ କୃଷି ଉପନିର୍ଦ୍ଦେଶକ ଶ୍ରୀ ଦୁଷ୍ମନ୍ତ କୁମାର ମହୋଦୟ, କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଡଃ ସଂଗ୍ରାମ ପରମଗୁରୁ, ଜିଲ୍ଲା କୃଷି ଅଧିକାରୀ ଶ୍ରୀ ବିରଞ୍ଚି ନାରାୟଣ ମଙ୍ଗରାଜ ଓ ଉପ-ଆରକ୍ଷୀ ଅଧୀକ୍ଷକ ଶ୍ରୀ ନିରଞ୍ଜନ ବେହେରା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।ପ୍ରାରମ୍ଭରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ଆଡେକ୍ ସ୍ୱାଗତ ଭାଷଣ ପ୍ରଦାନ କରି ମାଣ୍ଡିଆ ଚାଷର ଗୁରୁତ୍ୱ ଓ ଏହାର ପୁଷ୍ଟିକର ଗୁଣ ସମ୍ପର୍କରେ ଆଲୋକପାତ କରିଥିଲେ। ମାଣ୍ଡିଆରେ ପ୍ରଚୁର ପରିମାଣର ପ୍ରୋଟିନ୍, ଖାଦ୍ୟ ଆହାର ତନ୍ତୁ ଓ ବିଭିନ୍ନ ପୁଷ୍ଟିକର ଉପାଦାନ ରହିଥିବାରୁ ଏହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଉପକାରୀ ବୋଲି ସେ କହିଥିଲେପାରଳାଖେମୁଣ୍ଡି ବିଧାୟକଙ୍କ ନିଜ ଅଭିଭାଷଣରେ ଗଜପତି ଜିଲ୍ଲାରେ ମାଣ୍ଡିଆ ଚାଷର ବ୍ୟାପକ ପ୍ରସାର ଓ ଉନ୍ନତିକରଣ ଉପରେ ଗୁରୁତ୍ୱ ଦେଇଥିଲେ। ମାଣ୍ଡିଆ ଏକ ପୁଷ୍ଟିକର ଖାଦ୍ୟ ହେବା ସହ ଚାଷୀଙ୍କ ପାଇଁ ଏକ ଲାଭଦାୟକ ଫସଲ। ତେଣୁ ଜିଲ୍ଲାର ସମସ୍ତ ବ୍ଲକର ଚାଷୀମାନେ ଉନ୍ନତ ପ୍ରଣାଳୀରେ ମାଣ୍ଡିଆ ଚାଷ କରି ନିଜର ଆୟ ବୃଦ୍ଧି କରିବା ସହ ଦୈନନ୍ଦିନ ଖାଦ୍ୟରେ ମାଣ୍ଡିଆକୁ ସାମିଲ କରିବାକୁ ସେ ଆହ୍ୱାନ ଦେଇଥିଲେ।ଏହି ଅବସରରେ କୃଷି ବିଭାଗ ପକ୍ଷରୁ ବିଭିନ୍ନ ଷ୍ଟଲ୍ ଖୋଲାଯାଇ ମାଣ୍ଡିଆରୁ ପ୍ରସ୍ତୁତ ବିଭିନ୍ନ ପ୍ରକାରର ପୁଷ୍ଟିକର ଖାଦ୍ୟ ଓ ଉତ୍ପାଦ ପ୍ରଦର୍ଶନ କରାଯାଇଥିଲା। ଉତ୍କୃଷ୍ଟ ମାଣ୍ଡିଆ ଚାଷ କରିଥିବା ଜିଲ୍ଲାର ୧୦ ଜଣ ଅଗ୍ରଣୀ ଚାଷୀଙ୍କୁ ମାନପତ୍ର ଓ ଉପଢ଼ୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା।କୃଷି ବିଭାଗ ପକ୍ଷରୁ ଗ୍ରାମପଞ୍ଚାୟତ ସ୍ତରରେ ମାଣ୍ଡିଆ ଚାଷ ସମ୍ପର୍କରେ ସଚେତନତା ସୃଷ୍ଟି କରି ଅଧିକରୁ ଅଧିକ ଚାଷୀଙ୍କୁ ଏହି ଚାଷ ପ୍ରତି ଆକୃଷ୍ଟ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।କାର୍ଯ୍ୟକ୍ରମରେ ଅତିରିକ୍ତ କୃଷି ଅଧିକାରୀ ତଥା ମିଲେଟ୍ ମିଶନ ଅଧିକାରୀ ଶ୍ରୀମତୀ ସଂଘମିତ୍ରା ପ୍ରଧାନ, ଶ୍ରୀମତୀ ଶୁଭଶ୍ରୀ ପ୍ରିୟଦର୍ଶିନୀ, ଶ୍ରୀ କେ. ସୁରଜ କୁମାର ପାତ୍ର, ଶ୍ରୀ ସୋମେସ୍ ମୈତ୍ରୀ ଓ ଶ୍ରୀ ଗଗନ ବିହାରୀ ପାଳ ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲାର ସାତଟି ବ୍ଲକରୁ ଚାଷୀ, କୃଷି ବିଶେଷଜ୍ଞ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଓ କୃଷି ବିଭାଗର କର୍ମଚାରୀମାନେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories