Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଂଶୁଘାତ ରୁ ସୁରକ୍ଷା ପାଇଁ ଗଡ଼ିଲା ସଚେତନ ରଥ

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସଦର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଇଣ୍ଡୋ ଗ୍ଲୋବାଲ ସୋସିଆଲ ସର୍ଭିସ ଷୋସାଇଟି ପକ୍ଷରୁ ଆୟୋଜିତ ଅଂଶୁଘାତ ସୁରକ୍ଷା ପାଇଁ ସଚେତନ ରଥ ଶନିବାର ଉଦଘାଟିତ ହୋଇଯାଇଛି ।ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ସୁରେଶ ଚୌଧୁରୀ, ଭାରପ୍ରାପ୍ତ ଜନ ସ୍ଵାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ କିଶୋର ଦାଶ୍ , ବିପିଏମ ଅଜିତ ସିଂ କୁମାର,ଏବିପିସି ପ୍ରଦୀପ କୁମାର ସାହୁ ପ୍ରମୁଖ ଯୋଗ ଦେଇ ରଥ କୁ ଉଧଘାଟନ କରିଥିଲେ।ଏହି ରଥ ଜରିଆରେ ବ୍ଲକ ର ୧୨ପଞ୍ଚାୟତ କୁ ପହଞ୍ଚି ଅଂଶୁଘାତ ରୁ କିପରି ସୁରକ୍ଷା ମିଳିବ ସେ ଉପରେ ସଚେତନତା ସୃଷ୍ଟି କରାଯିବାର ଲକ୍ଷ୍ୟ ଥିବା ଆୟୋଜକ ଅନୁଷ୍ଠାନ ପକ୍ଷରୁ କୁହାଯାଇଛି।ଏଥିରେ ସିଆରପି ବାଲ୍ମୀକି ଛତ୍ରୀଆ,ଜୀବରଧନ ସାହୁ,ଧୁରାବନ ବାଗ,ଶ୍ରଦ୍ଧାଞ୍ଜଳି ବାଗ,ଭାନୁମତି ବାଗ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ