Space Diwali: ମହାକାଶରୁ ଦେଖାଗଲା ପ୍ରକୃତିର ଆଲୋକ ଖେଳ! ପୃଥିବୀରେ ବିଜୁଳିର ଚମକ ଦେଖି ମନ୍ତ୍ରମୁଗ୍ଧ ହେଲେ ଶୁଭାଂଶୁ ଶୁକ୍ଳା
ନୂଆଦିଲ୍ଲୀ: ଦୀପାବଳିରେ ଆକାଶରେ ବାଣ ଫୁଟିବା ଓ ରଙ୍ଗବେରଙ୍ଗର ଆଲୋକ ଦେଖିବାକୁ ମିଳେ। ହେଲେ ମହାକାଶରୁ ପୃଥିବୀରେ ପ୍ରକୃତିର ଏକ ଅଦ୍ଭୁତ ଆଲୋକ ଖେଳ ଦେଖିବାକୁ ମିଳିଛି। ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା ମହାକାଶରୁ ପୃଥିବୀ ଉପରେ ବିଜୁଳି ଚମକିବାର ମନୋରମ ଦୃଶ୍ୟ ସେୟାର କରିଛନ୍ତି। ଏହି ଚମକକୁ ସେ ‘ପ୍ରକୃତିର ନିଜସ୍ୱ ଆଲୋକ ଖେଳ’ ବୋଲି କହିଛନ୍ତି।
ଧନତେରସ୍ ଅବସରରେ ଶୁଭାଂଶୁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ଦୀପାବଳି ପ୍ରତି ନିଜର ଭଲପାଇବା ବିଷୟରେ କହିଛନ୍ତି। ମହାକାଶରୁ ଦେଖାଯାଉଥିବା ବିଜୁଳିର ଏହି ଝଲକ ତାଙ୍କୁ ମନେ ପକାଇ ଦେଇଛି ଯେ, ଆଲୋକର ପର୍ବ ପାଳିବାର ନିଜସ୍ୱ ଶୈଳୀ ବ୍ରହ୍ମାଣ୍ଡର ମଧ୍ୟ ରହିଛି।
ପୃଥିବୀରେ ଦୀପାବଳିର ଆଲୋକ ଏବଂ ମହାକାଶରୁ ଦେଖାଯାଉଥିବା ବିଜୁଳିର ଚମକକୁ ନେଇ ଶୁଭାଂଶୁଙ୍କ ଏହି ଭିଡିଓ ଏବେ ଚର୍ଚ୍ଚାରେ ରହିଛି।

