ଜଟେସିଂହା ଗ୍ରାମ ବାସୀଙ୍କ ତହସିଲ କାର୍ଯ୍ୟାଳୟ ହରାଉ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା
ବୀରମହାରାଜପୁର ତହସିଲଦାର ଙ୍କ କାର୍ଯ୍ୟାଳୟ କୁ ଆଜି ତହସିଲଦାରଙ୍କୁ ଘେରିଥିଲେ ଜାଟେସିଂହା ଗ୍ରାମବାସୀ ବିଭିନ୍ନ ଅଭିଯୋଗ ନେଇ l ଗୋଦାବରିଶ ମିଶ୍ର ଆଦର୍ଶ ବିଦ୍ୟାଳୟ ପାଇଁ ଗ୍ରାମ ସ୍କୁଲ ପାଖରେ ସରକାରୀ ଜମି ଥିଲେ ସୁଦ୍ଧା ଏହାକୁ ଅନ୍ୟତ୍ର ସ୍ଥାନାନ୍ତରିତ କରିବା କୁ ବିରୋଧ କରିଥିଲେ ଗ୍ରାମବାସୀ l ବେଆଇନ ଭାବେ ଗୋଚର ଜମିକୁ ଜବରଦଖଲ କାରୀ ଙ୍କ ଠାରୁ ହଟାଇବା ଦାବି ରଖିଥିଲେ I ତେବେ ପଟ୍ଟା ଓ ଯୋଗାଣ ଦାବିରେ ବୀରମହାରାଜପୁର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ସୋମବାର ଆନ୍ଦୋଳନ କରୁଥିବା ହିତାଧିକାରୀଙ୍କ ଆକ୍ରୋଶର ଶିକାର ହୋଇଛନ୍ତି ଏମ୍ପି ପ୍ରତିନିଧି (ଏମ୍ପି ନୋମିନୀ) ନଳିନୀ ପଣ୍ଡା। ନିଜର ନ୍ୟାଯ୍ୟ ଦାବି ନେଇ ଏକତ୍ରିତ ହୋଇଥିବା ଲୋକଙ୍କ ସହ ଏମ୍ପି ପ୍ରତିନିଧିଙ୍କର ବାକ୍ବିତଣ୍ଡା ଓ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ସମୟରେ ଲୋକେ ଉତ୍ତ୍ୟକ୍ତ ହୋଇ ତାଙ୍କୁ ଘେରିଯିବା ସହ ତୀବ୍ର ବିରୋଧ କରିଥିଲେ।
ପ୍ରାପ୍ତ ସୂଚନା ଅନୁଯାୟୀ, ଦୀର୍ଘ ଦିନ ଧରି ଜମି ପଟ୍ଟା ସମସ୍ୟାର ସମାଧାନ ନହେବାରୁ ଲୋକେ ତହସିଲ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ। ଆନ୍ଦୋଳନକାରୀଙ୍କ ସହ ଆଲୋଚନା ବେଳେ ଏମ୍ପି ପ୍ରତିନିଧି ଶ୍ରୀମତି ପଣ୍ଡା ଯୁକ୍ତିତର୍କ କରିବାରୁ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଥିଲା। ଉତ୍ତ୍ୟକ୍ତ ଜନତା ତାଙ୍କୁ ସିଧାସଳଖ ଘେରିବା ସହ କଡ଼ା ଭାଷାରେ ସମାଲୋଚନା କରିଥିଲେ। ଲୋକେ ସର୍ବସମ୍ମୁଖରେ ଆକ୍ଷେପ କରି କହିଥିଲେ ଯେ, “ତୁମେ ତହସିଲଦାରଙ୍କ ସହ ମିଶି ବାଲି ଚୋରାଉଛ, ଆଉ ଏଠି ଆସି ଭାଷଣ ମାରୁଛ।” ଏପରି କଟାକ୍ଷ ଏବଂ ତୀବ୍ର ହଟହଟାର ସମ୍ମୁଖୀନ ହୋଇ ଏମ୍ପି ପ୍ରତିନିଧି ଅପ୍ରସ୍ତୁତ ହୋଇପଡ଼ିଥିଲେ।
ତହସିଲ କାର୍ଯ୍ୟାଳୟ ଅଧୀନରେ ଚାଲିଥିବା ବେଆଇନ ବାଲି ଚୋରାଚାଲାନ ଓ ପ୍ରଶାସନିକ ସଲାସୁତୁରାକୁ ନେଇ ସାଧାରଣ ଲୋକଙ୍କ ମନରେ ଥିବା ପୁଞ୍ଜୀଭୂତ ଅସନ୍ତୋଷ ଏହି ଘଟଣା ମାଧ୍ୟମରେ ପଦାରେ ପଡ଼ିଛି। ଲୋକଙ୍କ ସମସ୍ୟାର ସମାଧାନ କରିବା ବଦଳରେ ନେତାଙ୍କ ଏଭଳି ବ୍ୟବହାର ଓ ଜନଆକ୍ରୋଶର ଶିକାର ହେବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ମୁଖ୍ୟ ବିଷୟ ପାଲଟିଛି। ସେହିପରି ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ତେଲିପାଲି ଗ୍ରାମର ଋଷିମୁନି ପାହାଡ଼ରୁ କୋଟି ଟଙ୍କାର ରତ୍ନପଥର ଦିନରାତି ଚୋରି ହେଉଥିବା ବେଳେ ଜିଲ୍ଲା ପ୍ରଶାସନ ନିଦାବିଷ୍ଣୁ ସାଜିଥିବା ଏବଂ ଏହି ରତ୍ନପଥର ଚୋରି କିପରି ଓ କାହାର ହାତ ଅଛି ଯେ କୌଣସି କାର୍ଯ୍ୟାନୁଷ୍ଠାନ ହେଉ ନାହିଁ ବୋଲି ଅଞ୍ଚଳରେ ବୁଦ୍ଧିଜୀବୀ ମାନେ ମତପ୍ରକାଶ କରୁଥିବା ସହିତ ଯେଉଁମାନେ ସଂଶ୍ଲିଷ୍ଟ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଜିଲ୍ଲାପାଳ ଙ୍କ ଦୁଷ୍ଟି ଦିଅନ୍ତୁ ବୋଲି ଦୃଢ଼ ଦାବୀ ହେଉଛି l

