Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Ramayana: ରାବଣ ଚରିତ୍ର ପାଇଁ ୩୩ କେଜିର ପୋଷାକ ପିନ୍ଧୁଥିଲେ ୟଶ୍‌, ମୁକୁଟର ଓଜନ ଥିଲା ୧.୮ କେଜି

ମୁମ୍ବାଇ: ନିତେଶ ତିୱାରୀଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ରାମାୟଣ’ରେ ରାବଣ ଚରିତ୍ରରେ ନଜର ଆସିଛନ୍ତି ଅଭିନେତା ୟଶ୍‌। ଏହି ଚରିତ୍ର ପାଇଁ ୟଶ୍‌ଙ୍କୁ ଭାରୀ ପୋଷାକ ଓ ଅଳଙ୍କାର ପିନ୍ଧିବାକୁ ପଡ଼ୁଥିଲା। ଫିଲ୍ମର କଷ୍ଟ୍ୟୁମ୍‌ ଷ୍ଟାଇଲିଷ୍ଟ ତଥା ଡିଜାଇନର ସାନିଆ ସରଦାରିଆଙ୍କ କହିବା ଅନୁଯାୟୀ, ୟଶ୍‌ଙ୍କ ଅଧିକାଂଶ ପୋଷାକ ଓ ଅଳଙ୍କାରର ମୋଟ ଓଜନ ୧୬ରୁ ୨୦ କେଜି ମଧ୍ୟରେ ରହୁଥିଲା। କିନ୍ତୁ କିଛି ବିଶେଷ ପୋଷାକର ଓଜନ ୩୦ରୁ ୩୩ କେଜି ପର୍ଯ୍ୟନ୍ତ ରହି ଥିଲା। ଏପରିକି ରାବଣଙ୍କ ମୁକୁଟର ଓଜନ ମଧ୍ୟ ୧.୮ କେଜି ଥିଲା।

ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ସାନିଆ କହିଛନ୍ତି ଯେ, ୟଶ୍‌ଙ୍କ ଲୁକ୍‌ ପ୍ରସ୍ତୁତ କରିବା ଏକ ଚ୍ୟାଲେଞ୍ଜିଂ କାମ ଥିଲା। ପୋଷାକର ଭାର ସହିତ ପ୍ରୋସ୍ଥେଟିକ୍ସ ବ୍ୟବହାର ମଧ୍ୟ ସୁଟିଂ ସମୟରେ ଅନେକ ସମସ୍ୟା ସୃଷ୍ଟି କରୁଥିଲା। ମୁକୁଟକୁ ହାଲୁକା କରିବା ପାଇଁ ବାରମ୍ବାର ଚେଷ୍ଟା କରାଯାଇଥିଲେ ମଧ୍ୟ ଏହାର ଓଜନ ୧.୮ କେଜି ରହିଥିଲା। ଏହି ପୋଷାକ ଡିଜାଇନ୍‌ ପ୍ରକ୍ରିୟାରେ ୟଶ୍‌ ମଧ୍ୟ ସକ୍ରିୟ ଭାବେ ସାମିଲ ହୋଇଥିଲେ।

ଭାରୀ ପୋଷାକ ଯୋଗୁଁ ଅଭିନେତାଙ୍କୁ ଅସୁବିଧା ହେଉଥିବା ସତ୍ତ୍ୱେ ସେ ସୁଟିଂ ସେଟ୍‌ରେ ନିଜର ହାସ୍ୟରସ ମାଧ୍ୟମରେ ପରିବେଶକୁ ବେଶ ସକାରାତ୍ମକ ରଖୁଥିଲେ ବୋଲି ସାନିଆ କହିଛନ୍ତି। ଦୀର୍ଘ ସମୟର ସୁଟିଂ, ବିଳମ୍ବ ଏବଂ ପୋଷାକ ପିନ୍ଧିବାର ଅସୁବିଧା ମଧ୍ୟରେ ୟଶ୍‌ କ୍ରୁ ସଦସ୍ୟଙ୍କୁ ହସାଇ ରଖୁଥିଲେ। ଫିଲ୍ମରେ ରାବଣଙ୍କ ଚରିତ୍ରକୁ ପରଦାରେ ଜୀବନ୍ତ କରିବା ପାଇଁ ପୋଷାକ ଓ ଲୁକ୍‌ ପ୍ରସ୍ତୁତିରେ କେତେ ପରିଶ୍ରମ କରାଯାଇଛି, ଏହି ତଥ୍ୟରୁ ତାହା ସ୍ପଷ୍ଟ ହେଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories