Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କମଳା ପ୍ରକାଶନୀ ପକ୍ଷରୁ ଦହି ପଣା ଆବଣ୍ଟନ କାର୍ଯ୍ୟକ୍ରମ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): ପ୍ରବଳ ଖରାରେ ଭାଜି ହେଉଛି ସମଗ୍ର କନ୍ଧମାଳ । ସକାଳ ୭ ଟା ପରେ ଛତା ଚଷମା ନନେଲେ ଘରୁ ବାହାରିବା କଷ୍ଟ ହୋଇ ପଡୁଛି । ତଥାପି ଅଫିସ କାମ, ଦୋକାନ ବଜାର କାମ ପାଇଁ ଲୋକ ମାନେ ଯିବାକୁ ବାଧ୍ୟ, ଏହିପରି ପରିସ୍ଥିତି ରେ ଅଧ‌ିକାଂଶ ଲୋକ ଥଣ୍ଡା ଦୋକାନ ଓ ଗଛ ଛାଇ ତଳେ ରୁଣ୍ଡ ହୋଇ ଥିବା ଦେଖିବାକୁ ମିଳୁଛି । ଏତିକିବେଳେ କନ୍ଧମାଳ ଜିଲ୍ଲାର ଜଣାଶୁଣା କବି ସାହିତ୍ୟକ ଡଃ.ନୃସିଂହା ନନ୍ଦ ମହାପାତ୍ର ଙ୍କ ମନରେ ଆସିଲା ଏହିପରି ପରିସ୍ଥିତିରେ ଯଦି ପଣା ପାଣି ବ୍ୟବସ୍ଥା କଲେ ଭଲ ହୁଅନ୍ତା ସଂଗେ ସଂଗେ ଯୋଗାଡ଼ କରି ଆରମ୍ଭ ହେଲା କମଳା ପ୍ରକାଶନୀ, ମାଷ୍ଟ୍ରପଡା ପକ୍ଷରୁ ଦହି ପଣା ଆବଣ୍ଟନ କାର୍ଯ୍ୟକ୍ରମ । ଉକ୍ତ ଆବଣ୍ଟନ କାର୍ଯ୍ୟକ୍ରମ କନ୍ଧମାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଡଃ.ଅରୂପ କୁମାର ଜେନା, ଶିଳ୍ପ ତାଲିମ କେନ୍ଦ୍ର ଫୁଲବାଣୀ ର ଅଧ୍ୟକ୍ଷ ଇଂ. ପ୍ରକାଶ ଚନ୍ଦ୍ର ସେଠୀ, ବିଶିଷ୍ଠ ସମାଜ ସେବୀ ଅଶୋକ କୁମାର ପରିଡା, ଆଇନଜିବୀ ତଥା ସାମ୍ବାଦିକ ଆଦିତ୍ୟ ପ୍ରସାଦ ତ୍ରିପାଠୀ ପ୍ରମୁଖ ରହି ଦହି ପଣା ଆବଣ୍ଟନ କେନ୍ଦ୍ରକୁ ଶୁଭ ଉଦଘାଟନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପ୍ରଫୁଲ କୁମାର ମହାନ୍ତି, ଶ୍ରୀମତୀ ସୁରମା ମହାନ୍ତି, ଜିଲ୍ଲା ବନ୍ଦୋବସ୍ତି ଅଫିସର ପ୍ରଫୁଲ୍ଲ କୁମାର ମହାପାତ୍ର, ଡ଼ିଆରଡ଼ିଏ ଅଫିସର ଉମାକାନ୍ତ ଉଦଘାତା, କମଳା ପ୍ରକାଶନୀର ସଭାପତି ରାମକୃଷ୍ଣ ବେହେରା, ଉପସଭାପତି ଦୁର୍ଯ୍ୟୋଧନ ପ୍ରଧାନ, ସମ୍ପାଦକ ମନୋଜ କୁମାର ଖାଡାଙ୍ଗା, ଉପଦେଷ୍ଟା ଡଃ ନୃସିଂହାନନ୍ଦ ମହାପାତ୍ର, ମନୋଜ କୁମାର ଦାସ,ସୁରେନ୍ଦ୍ର ପଟ୍ଟନାୟକ, ସୁନିତା ପଟ୍ଟନାୟକ, ରମେଶ ଚନ୍ଦ୍ର ପ୍ରଧାନ,ସ୍ମୃତିଶ ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ହଜାର ହଜାର ତୁଷାର୍ଡ ଦହିପଣା ଆବଣ୍ଟନ କେନ୍ଦ୍ରକୁ ଆସି ତୃଷା ନିବାରଣ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ