Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କର୍ଲାମୁଣ୍ଡା ହାଇସ୍କୁଲ ୫ ଟି ରେ ସାମିଲ

କଳାହାଣ୍ଡି ଜିଲ୍ଲା କାର୍ଲମୁଣ୍ଡା ବ୍ଲକ ସଦର ସ୍ଥିତ ପଞ୍ଚାୟତ ସମିତି ହାଇସ୍କୁଲ ଦୀର୍ଘ ଦିନ ପରେ ୫ଟି ଯୋଜନା ରେ ସାମିଲ ହୋଇଥିବାରୁ ସାଧାରଣରେ ଆନନ୍ଦ ପ୍ରକାଶ ପାଇଛି l ଏହି ଅବସରରେ ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ ,ସମ୍ମାନିତ ଅତିଥି ଭାବେ ବ୍ଲକ ଅଧକ୍ଷ୍ୟା କୁନି ସାହୁ,ତହସିଲଦାର ମିଳନ କୁମାର ଝାଙ୍କର, ବିଡ଼ିଓ ସୂଚରିତାମୁଗ୍ରୀ, ଜିଲ୍ଲା ପରିଷଦ ସଭ୍ୟ ମହେନ୍ଦ୍ର ରଣା ଭୂମିଦାତା ଗୋବର୍ଦ୍ଧନ ଭୋଇ ଓ ଜଳନ୍ଧର ଭୋଇ, ଫାଣ୍ଡି ଅଧିକାରୀ ବଂଶୀଧର ସାମଲ ,ସାମ୍ବାଦିକ ପ୍ରଦୀପ କୁମାର ସାହୁ ଯୋଗଦେଇଥିଲେ l ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରସନ୍ନ ପ୍ରଧାନଙ୍କ ତତ୍ୱାବଧାନରେ ଆୟୋଜିତ ଭୂମିପୂଜନ ଉତ୍ସବକୁ ସହକାରୀ ଶିକ୍ଷକ ମାର୍କଣ୍ଡ ପାଢ଼ୀ, ପୂର୍ଣ୍ଣ ଚନ୍ଦ୍ର ରାଉତ ,ପରିଚାଳନା କମିଟିର ସଦସ୍ୟ ରଶ୍ମିରଞ୍ଜନ ସାହୁ,ଦିନ ବନ୍ଧୁ ସାହୁ,ମିତ୍ର ଭାନୁ ସାହୁ,ଜୟ ଶଙ୍କର ସାହୁ, ଆଦିବାସୀ ଯୁବ ନେତା ନନ୍ଦି କିଶୋର ଭୋଇ ପ୍ରମୁଖ ସହଯୋଗ କରିଥିଲେ l ପ୍ରକାଶଥାଉକି ଏହି ବ୍ଲକରେ ତେରଟି ହାଇସ୍କୁଲ ଥିବାବେଳେ ବିଭିନ୍ନ ପର୍ଯ୍ୟାୟରେ ଦଶ ଟି ହାଇସ୍କୁଲର ରୂପାନ୍ତରଣ କାର୍ଯ୍ୟ ସରିସାରିଲାଣି, ତେବେ କେତେକ କାରଣ ବଶତଃ ବ୍ଲକ ସଦର ଠାରେ ଥିବା ଏହି ହାଇସ୍କୁଲ ସାମିଲ ହୋଇପାରିନଥିଲା l ବର୍ତମାନ ଏହି ହାଇସ୍କୁଲ ସହ ରିଷିଡା ସରକାରୀ ବାଳିକା ବିଦ୍ୟାଳୟ ମଧ୍ୟ ୫ ଟି ରେ ସାମିଲ ହୋଇଛି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ