କୋକସରା ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ,ସମ୍ବର୍ଦ୍ଧିତ ହେଲେ ଅଗ୍ରଣୀ ଚାଷି ଓ ଏସଏଚଜି ଗୋଷ୍ଠୀ।
କଳାହାଣ୍ଡି,୧୨/୧୧
ମତ୍ସ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଓଡିଶା ସରକାରଙ୍କ ପକ୍ଷରୁ ପ୍ରତି ଜିଲ୍ଲା ରେ ଚାଷି ଙ୍କୁ ସଚେତନ ଓ ସ୍ୱାବଲମୀ କରିବା ପାଇଁ ମତ୍ସ ଓ ପ୍ରାଣୀ ସମ୍ପଦ ଅଧୀନରେ ରହିଥିବା ବିଭିନ୍ନ ଯୋଜନା କୁ ଚାଷି ଙ୍କ ନିକଟରେ ପହଞ୍ଚାଇବା ପାଇଁ ଏହି ମେଳା ବ୍ଲକ ସ୍ତରରେ ଅନୁଷ୍ଠିତ ହେଉଛି।
ଏହି ପରିପ୍ରେକ୍ଷୀରେ କୋକସରା ବ୍ଲକ ସ୍ତରୀୟ ମତ୍ସ ଓ ପ୍ରାଣୀ ସମ୍ପଦ ମେଳା କୋକସରା ସଦର ଧାନ ମଣ୍ଡି ରେ ଗୁରୁବାର ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ କୋକସରା ବିଡ଼ିଓ ଡ଼. ହିମାଞ୍ଚଳ ମାଝୀ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ, ମୁଖ୍ୟ ବକ୍ତା ଭାବେ ଉପଖଣ୍ଡ ପ୍ରାଣୀ ଚିକିତ୍ସାଧିକାରୀ ଡ଼. ମଧୁସୂଦନ ଦାସ, ସମ୍ମାନିତ ଅତିଥି ଭାବେ ରାଜ୍ୟ ଓମଫେଡ ଅଧ୍ୟକ୍ଷ କିଶୋର ଚନ୍ଦ୍ର ପ୍ରଧାନୀ,ସାଂସଦ ପ୍ରତିନିଧି ପ୍ରମୋଦ କୁମାର ପ୍ରଧାନୀ,ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ଜିଲ୍ଲା ପରିଷଦ ସଭ୍ୟ ତ୍ରିନାଥ ବାଗ,ବରିଷ୍ଠ ବିଜେପି ନେତା ତ୍ରିନାଥ ଶବର, ମତ୍ସ ଅଧିକାରୀ କେମନ ଚନ୍ଦ୍ର କର, ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସାଧିକାରୀ ଡ଼. ସନ୍ୟାସୀ ଶତପଥୀ ପ୍ରମୁଖ ମଞ୍ଚ ରେ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ଜ୍ୱଳନ କରିବା ପରେ ପାରମ୍ପରିକ ଚାଷ ରୁ ଓହରି ରାଜ୍ୟ ସରକାରଙ୍କ ମତ୍ସ ଓ ପ୍ରାଣୀ ସମ୍ପଦ ବିଭାଗ ଅଧୀନରେ ରହିଥିବା ମାଛଚାଷ,ଗୋ ପାଳନ,କୁକୁଡ଼ା ଚାଷ, ଛେଳିଚାଷ କରି ଅଧିକ ରୋଜଗାରକ୍ଷମ ହେବାକୁ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମ କୁ ବ୍ଲକ ପ୍ରାଣୀ ଚିକିତ୍ସାଧିକାରୀ ପ୍ରସନ୍ନ କୁମାର ପରିଡା ସ୍ୱାଗତ ଅଭିଭାଷଣ ରଖିବା ସହ ପ୍ରାଣୀ ସମ୍ପଦ,ଗୋପାଲନ ନେଇ ଉପାଦେୟ ଯୋଜନା ବିଷୟରେ ପରାମର୍ଶ ଦେଇଥିଲେ।ଏହି ଅବସରରେ ମତ୍ସ ଓ ପଶୁ ପାଳନ ରେ ଉଲ୍ଲେଖନିୟ ଅବଦାନ ପାଇଁ ଅଗ୍ରଣୀ ଚାଷି ଅଚ୍ୟୁତାନନ୍ଦ ନାଏକ,ଟଙ୍କଧର ଦୁର୍ଗା,ପୂର୍ଣ୍ଣଚନ୍ଦ୍ର ବେହେରା,ବିରେନ୍ଦ୍ର କୁମାର ନାଏକ,ପୁସ୍ତମ ହଂସ, ଭୋଦେବ ବେଶ୍ରା,ମଧୁସୂଦନ ବାଗ, ସ୍ୱୟଂ ସହାୟକ ଗୋଷ୍ଠୀର ଲକ୍ଷ୍ମୀ ନାରାୟଣ ଏସଏଚଜି କୁମୁଡ଼ାମୁଣ୍ଡା, ମାଣିକେଶ୍ୱରୀ ଏସଏଚଜି ସାରସମାଲ, ମହିଳା ଚାଷି ବୈଦେହୀ ରାଉତ, ମୋନାଲିଶା ପ୍ରିୟଦର୍ଶନୀ ସାହୁ,ହିମାଦି ଗୋପାଳ ଙ୍କୁ ଅତିଥିମାନେ ସହାୟତା ରାଶି,ମାନପତ୍ର ସହ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ପଶୁ ସମ୍ପଦ ଓ।ମତ୍ସ୍ୟ ବିଭାଗ ପକ୍ଷରୁ ବିଭିନ୍ନ ଷ୍ଟଲ ଖୋଲାଯାଇଥିଲା।କାର୍ଯ୍ୟକ୍ରମ ମଞ୍ଚ ସଂଯୋଜନା ବୈକୁଣ୍ଠ ଜାଲ କରିଥିବା ବେଳେ କାର୍ଯ୍ୟକ୍ରମ ପରିଶେଷରେ ବ୍ଲକ ଭାରପ୍ରାପ୍ତ ମତ୍ସ ଅଧିକାରୀ ନିତମ ଚନ୍ଦ୍ରକାର ଧନ୍ୟବାଦ ଅର୍ପଣ କରିଥିଲେ।କାର୍ଯ୍ୟକ୍ରମ ପରିଚାଳନା ରେ କୋକସରା ପଶୁ ସମ୍ପଦ ଓ ମତ୍ସ୍ୟ ବିଭାଗ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ମାନେ ସହଯୋଗ କରିଥିଲେ।

