ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ରେ ସମ୍ବର୍ଦ୍ଧିତ ହେଲେ କ୍ରୀଡା ଶିକ୍ଷକ ଅମିତ ମହାନ୍ତି।
କଳାହାଣ୍ଡି,୧୨/୧୧
ଶିକ୍ଷା ଓ କ୍ରୀଡା କ୍ଷେତ୍ରରେ ପାରିଦର୍ଶିତା ପ୍ରଦର୍ଶିତ ଓ ଉଲ୍ଲେଖନୀୟ ଅବଦାନ ପାଇଁ ରାଜ୍ୟର ବିଭିନ୍ନ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ କ୍ରୀଡା ଶିକ୍ଷକ ଙ୍କୁ ୨୦୨୬/୨୭ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ରେ ଗୁରୁବାର ରାଜ୍ୟ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ହାଇସ୍କୁଲ ୟୁନିଟ ୩ ରେ ଆୟୋଜିତ ବର୍ଣାଧ୍ୟ କାର୍ଯ୍ୟକ୍ରମ ରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ବର୍ଦ୍ଧିତ କରିଛନ୍ତି। ଏହି କାର୍ଯ୍ୟକ୍ରମ ରେ କୋକସରା ବ୍ଲକ ଜବାହାର ଉଚ୍ଚ ବିଦ୍ୟାଳୟ ର କ୍ରୀଡା ଶିକ୍ଷକ ଅମିତ କୁମାର ମହାନ୍ତି ଙ୍କୁ କ୍ରୀଡା କ୍ଷେତ୍ରରେ ଛାତ୍ରଛାତ୍ରୀ ଙ୍କ ପାରଦର୍ଶିତା ନେଇ ମନୋନୀତ ହେବାପରେ ସମ୍ବର୍ଦ୍ଧିତ କରାଯାଇଛି। ରାଜ୍ୟ ସ୍ତରୀୟ ଶିକ୍ଷା ପୁରସ୍କାର ରେ ନିଜର ଦୃଢ଼ ଉଦ୍ୟମ ଓ ଅଧ୍ୟବସାୟ ଓ ଛାତ୍ରଛାତ୍ରୀ ଙ୍କ କ୍ରୀଡା କ୍ଷେତ୍ରରେ ପାରଦର୍ଶିତା କାରଣରୁ ଏହି ସଫଳତା ହାସଲ ପାଇଁ ଖେଳ ଶିକ୍ଷକ ଅମିତ କୁମାର ମହାନ୍ତି ଙ୍କୁ କଳାହାଣ୍ଡି ଜିଲ୍ଲାର ଶିକ୍ଷା ବିଭାଗ ରେ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଶୁଭେଛୁ ଙ୍କ ମହଲ ରୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି।

