Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Sonam Wangchuk: ସୋନମ ୱାଙ୍ଗଚୁକ୍‌ଙ୍କ ଉପରେ ସରକାରଙ୍କ କଟକଣା! ୬୦ ଦିନ ପାଇଁ ସାର୍ବଜନୀନ କାର୍ଯ୍ୟକଳାପ ଉପରେ ରୋକ୍‌

ଲଦାଖ: ସୋନମ ୱାଙ୍ଗଚୁକ୍‌ଙ୍କୁ ନେଇ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ତାଙ୍କର ଯାତାୟାତ ଓ ସାର୍ବଜନୀନ କାର୍ଯ୍ୟକଳାପ ଉପରେ ୬୦ ଦିନ ପାଇଁ କଟକଣା ଲଗାଯାଇଛି। ଏନେଇ ଭାରତୀୟ ନାଗରିକ ସୁରକ୍ଷା ସଂହିତା (BNSS)ର ଧାରା ୧୬୩ ଅନୁଯାୟୀ ନିର୍ଦ୍ଦେଶ ଜାରି ହୋଇଥିବା ସୂଚନା ମିଳିଛି।

ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ପଛରେ ସାର୍ବଜନୀନ ଶାନ୍ତି ଓ ଶୃଙ୍ଖଳା ବିଗିଡ଼ିବାର ଆଶଙ୍କା ଦର୍ଶାଯାଇଛି। ଏହା ସହ ଆଗାମୀ ନିର୍ବାଚନ ପ୍ରକ୍ରିୟା ପ୍ରଭାବିତ ହେବାର ସମ୍ଭାବନା ଥିବା ମଧ୍ୟ ଆଦେଶରେ ଉଲ୍ଲେଖ କରାଯାଇଛି। ଏହି କାରଣରୁ ୱାଙ୍ଗଚୁକ୍‌ଙ୍କ ସାର୍ବଜନୀନ ଗତିବିଧି ଉପରେ ଅସ୍ଥାୟୀ ରୋକ୍‌ ଲଗାଯାଇଛି। ଧାରା ୧୬୩ ଅନୁଯାୟୀ ଜାରି ଏହି ନିର୍ଦ୍ଦେଶର ଉଦ୍ଦେଶ୍ୟ ସାର୍ବଜନୀନ ଶାନ୍ତି ବଜାୟ ରଖିବା ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories