Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ACB Raid: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଡେପୁଟି ଏକ୍‌ଜିକ୍ୟୁଟିଭ୍‌ ଇଞ୍ଜିନିୟର (DEE)ଙ୍କ ୧୦ଟି ଠିକଣାରେ ଚଢ଼ାଉ, ମିଳିଲା ୨୫ ଏକର ଜମି ଓ ୭ କୋଟିର ଭିଲା

ତେଲେଙ୍ଗାନା: ତେଲେଙ୍ଗାନାରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସିଞ୍ଚାଇ ବିଭାଗର ଡେପୁଟି ଏକ୍‌ଜିକ୍ୟୁଟିଭ୍‌ ଇଞ୍ଜିନିୟର (DEE) ରଘିରି ସତ୍ୟନାରାୟଣଙ୍କ ସହ ଜଡ଼ିତ ୧୦ଟି ଠିକଣାରେ ଏକକାଳୀନ ଚଢ଼ାଉ କରିଛି ଦୁର୍ନୀତି ନିରୋଧୀ ବ୍ୟୁରୋ (ACB)। ଶୁକ୍ରବାର ହୋଇଥିବା ଏହି ଚଢ଼ାଉରେ ତାଙ୍କ ଘର, ପୈତୃକ ଗାଁ ଏବଂ ପରିବାର ସଦସ୍ୟଙ୍କ ନାଁରେ ଥିବା ସମ୍ପତ୍ତିର ଯାଞ୍ଚ କରାଯାଇଥିଲା।

ACB ଅଧିକାରୀଙ୍କ ସୂଚନା ଅନୁସାରେ, ଯାଞ୍ଚ ସମୟରେ ୱାନାପାର୍ଥି ଜିଲ୍ଲାରେ ୨୫ ଏକର କୃଷି ଜମି, ଏକ ଫାର୍ମହାଉସ୍‌, ପତ୍ନୀଙ୍କ ନାଁରେ ୯ଟି ପ୍ଲଟ୍‌ ଏବଂ କୁକଟପଲ୍ଲୀରେ ପ୍ରାୟ ୭ କୋଟି ଟଙ୍କାର ଏକ ଭିଲା ଠାବ ହୋଇଛି। ଏହାସହ ଦୁଇଟି ଫ୍ଲାଟ୍‌, ପ୍ରାୟ ୫୦ ତୋଳା ସୁନା, ଏକାଧିକ ଗାଡ଼ି ଏବଂ ମ୍ୟୁଚୁଆଲ୍‌ ଫଣ୍ଡ୍‌ ଓ ଚିଟ୍‌ ଫଣ୍ଡ୍‌ରେ ପ୍ରାୟ ୨୦ ଲକ୍ଷ ଟଙ୍କାର ନିବେଶ ଥିବା ଜଣାପଡ଼ିଛି।

ଏପର୍ଯ୍ୟନ୍ତ ଠାବ ହୋଇଥିବା ସମ୍ପତ୍ତିର ସରକାରୀ ମୂଲ୍ୟ ପ୍ରାୟ ୫ରୁ ୬ କୋଟି ଟଙ୍କା ଆକଳନ କରାଯାଇଛି। ତେବେ ଏହାର ବଜାର ମୂଲ୍ୟ ଅଧିକ ହୋଇପାରେ ବୋଲି ଅଧିକାରୀମାନେ କହିଛନ୍ତି। ବୀମା ପଲିସି, ନିବେଶ ଏବଂ ଅନ୍ୟ ସମ୍ପତ୍ତି ସମ୍ପର୍କରେ ଏବେ ତଦନ୍ତ ଚାଲିଛି। ଯାଞ୍ଚ ଶେଷ ହେବା ପରେ ମାମଲାରେ ପରବର୍ତ୍ତୀ ଆଇନଗତ ପଦକ୍ଷେପ ନିଆଯିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories