Mahadev Betting App: ମହାଦେବ ବେଟିଂ ଆପ୍ ମାମଲାରେ CBIର ବଡ଼ ଆକ୍ସନ୍, ୬ ରାଜ୍ୟର ୩୩ ସ୍ଥାନରେ ଚଢ଼ାଉ; ହାୱାଲା ଲିଙ୍କ୍ର ଖୋଳତାଡ଼
ଭୁବନେଶ୍ୱର: ମହାଦେବ ବେଟିଂ ଆପ୍ ମାମଲାରେ CBI ୬ଟି ରାଜ୍ୟର ୩୩ଟି ସ୍ଥାନରେ ଚଢ଼ାଉ କରିଛି। ଏହି ଚଢ଼ାଉରେ ବିଭିନ୍ନ ପ୍ୟାନେଲ୍ ଅପରେଟରଙ୍କ ଠିକଣାରେ ଯାଞ୍ଚ କରାଯାଇଛି।
ଚଢ଼ାଉ ସମୟରେ ତଦନ୍ତକାରୀ ସଂସ୍ଥା ମୋବାଇଲ୍ ଫୋନ୍, ଡିଜିଟାଲ୍ ଉପକରଣ ଓ ଅନ୍ୟାନ୍ୟ ଦସ୍ତାବିଜ ଜବତ କରିଛି। କିଛି ସ୍ଥାନରେ ବେଆଇନ ବେଟିଂ କାରବାର ସହ ଜଡ଼ିତ ପ୍ୟାନେଲ୍ ଚାଲୁଥିବା ମଧ୍ୟ ଜଣାପଡ଼ିଛି।
CBIର କହିବା ଅନୁସାରେ, ଏହି କାରବାରର ଟଙ୍କା ମ୍ୟୁଲ୍ ବ୍ୟାଙ୍କ ଆକାଉଣ୍ଟ ଓ ହାୱାଲା ମାଧ୍ୟମରେ ବିଦେଶକୁ ପଠାଯାଇଥିବା ସନ୍ଦେହ ରହିଛି। ମାମଲାରେ ଅନ୍ୟ ଅଭିଯୁକ୍ତ, ବିଦେଶୀ ସହଯୋଗୀ ଓ ସମ୍ଭାବ୍ୟ ସମ୍ପୃକ୍ତି ନେଇ ତଦନ୍ତ ଜାରି ରହିଛି।

