Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Nitish Bharadwaj on Ramayana: ରଣବୀର-ୟଶଙ୍କ ‘ରାମାୟଣ’କୁ ନେଇ ଅସନ୍ତୋଷ ଝାଡ଼ିଲେ ନୀତିଶ ଭରଦ୍ୱାଜ, ରାବଣଙ୍କ ଚରିତ୍ରକୁ ଉପସ୍ଥାପନ କରିବା ଶୈଳୀକୁ ନେଇ ଉଠାଇଲେ ପ୍ରଶ୍ନ

ମୁମ୍ବାଇ: ଦୂରଦର୍ଶନର ଲୋକପ୍ରିୟ ଧାରାବାହିକ ‘ମହାଭାରତ’ରେ ଭଗବାନ ଶ୍ରୀକୃଷ୍ଣଙ୍କ ଭୂମିକାରେ ଅଭିନୟ କରି ଘରେ ଘରେ ପରିଚିତ ହୋଇଥିବା ଅଭିନେତା ନୀତିଶ ଭରଦ୍ୱାଜ ପୁଣିଥରେ ରଣବୀର କପୁର ଓ ୟଶଙ୍କ ଅଭିନୀତ ଫିଲ୍ମ ‘ରାମାୟଣ’କୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ଇନ୍‌ଷ୍ଟାଗ୍ରାମରେ ଏକ ପୋଷ୍ଟ କରି ସେ ଫିଲ୍ମର କାହାଣୀ ଓ ରାବଣଙ୍କ ଚରିତ୍ର ଚିତ୍ରଣ ଉପରେ ପ୍ରଶ୍ନ ଉଠାଇଛନ୍ତି। ନୀତିଶଙ୍କ ମତରେ, ରାମାୟଣ କେବଳ ଏକ କାହାଣୀ ନୁହେଁ, ବରଂ ଭାରତର ସଭ୍ୟତା, ସଂସ୍କୃତି ଓ ଆଧ୍ୟାତ୍ମିକ ଚେତନାର ଅଂଶ। ଏହାର ପ୍ରମୁଖ ଚରିତ୍ର ଓ ସେମାନଙ୍କ ଭୂମିକାକୁ ମନଇଚ୍ଛା ନୂଆ ଭାବେ ପରିଭାଷିତ କରାଯାଇପାରିବ ନାହିଁ ବୋଲି ସେ ନିଜ ପୋଷ୍ଟରେ ଲେଖିଛନ୍ତି।

ଫିଲ୍ମରେ ରାବଣଙ୍କୁ ଅତ୍ୟଧିକ ଉଦାର, ସାମାଜିକ ଭାବେ ନ୍ୟାୟପରାୟଣ ଓ ନିରପେକ୍ଷ ଭାବେ ଦର୍ଶାଯାଇଥିବା ନେଇ ନୀତିଶ ଆପତ୍ତି ଉଠାଇଛନ୍ତି। ତାଙ୍କ ମତରେ, ଏଭଳି ଚିତ୍ରଣ ରାମାୟଣର ମୂଳ ନୈତିକ ଆଧାରକୁ ବଦଳାଇ ଦେଉଛି ଏବଂ ଭଗବାନ ବିଷ୍ଣୁଙ୍କ ରାମ ଅବତାର ଗ୍ରହଣ କରିବାର ଉଦ୍ଦେଶ୍ୟକୁ ଦୁର୍ବଳ କରୁଛି। ଏହି ଫିଲ୍ମକୁ ନେଇ ସେ ଗଭୀର ନିରାଶା ପ୍ରକାଶ କରିବା ସହ ପୂର୍ବରୁ ଫିଲ୍ମକୁ ନେଇ କରିଥିବା ପ୍ରଶଂସାମୂଳକ ପୋଷ୍ଟ ଫେରାଇ ନେଉଥିବା କହିଛନ୍ତି। ତାଙ୍କ ମତରେ, ଉଚ୍ଚମାନର ଭିଏଫ୍‌ଏକ୍ସ ରାମାୟଣର ମୂଲ୍ୟବୋଧ, ଦାର୍ଶନିକ ଗଭୀରତା ଓ ଆଧ୍ୟାତ୍ମିକ ସାରକୁ ପୂରଣ କରିପାରିବ ନାହିଁ।

ଏହାସହ ଅନ୍ତର୍ଜାତୀୟ ସ୍ତରରେ ଭାରତୀୟ ସିନେମାର ପ୍ରତିନିଧିତ୍ୱ କରିବାକୁ ନେଇ ମଧ୍ୟ ନୀତିଶ ପ୍ରଶ୍ନ ଉଠାଇଛନ୍ତି। ତାଙ୍କ କହିବା ଅନୁସାରେ, ଭାରତର ସାଂସ୍କୃତିକ ଐତିହ୍ୟକୁ ଦାୟିତ୍ୱର ସହ ପରଦାରେ ଉପସ୍ଥାପନ କରିବା ଆବଶ୍ୟକ। ଭାରତର ଇତିହାସ, ଐତିହ୍ୟ ଓ ଆଧ୍ୟାତ୍ମିକ ମୂଲ୍ୟବୋଧକୁ ଭୁଲ୍‌ ଭାବେ ଦର୍ଶାଉଥିବା ଫିଲ୍ମ ଅନ୍ତର୍ଜାତୀୟ ସ୍ତରରେ ଭାରତୀୟ ସିନେମାର ପ୍ରତିନିଧିତ୍ୱ କରିବା ଉଚିତ ନୁହେଁ ବୋଲି ସେ ମତ ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories